ସହଜରେ ମିଳିଲା ସଭାପତି ପଦ ! ଏଣିକି କଣ୍ଟକିତ ରାସ୍ତାରେ ଚାଲିବେ ରାହୁଲ, ଜାଣନ୍ତୁ କଣ ରହିଛି କଂଗ୍ରେସ ଯୁବରାଜଙ୍କ ଆଗରେ ନୂଆ ଚ୍ୟାଲେଞ୍ଜ

121

କନକ ବ୍ୟୁରୋ : କଂଗ୍ରେସରେ ଆରମ୍ଭ ହେଲା ରାହୁଲ ଯୁଗ । ଉପାଧ୍ୟକ୍ଷରୁ ଅଧ୍ୟକ୍ଷ ପାହ୍ୟାକୁ ପାଇଲେ ପଦୋନ୍ନତି । କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ରାହୁଲ ଗାନ୍ଧି ନିର୍ବାଚିତ ହୋଇଛନ୍ତି । ୧୯ ବର୍ଷ ପରେ କଂଗ୍ରେସର କ୍ଷମତା ପରିବର୍ତନ । ଦଳ ପାଇଲା ନୂଆ ଅଧ୍ୟକ୍ଷ । ମା’ଙ୍କ ଦାୟିତ୍ୱ ନେଲେ ରାହୁଲ । ନୂଆ ସଭାପତି ଭାବେ ଯୁବରାଜ ରାହୁଲ ଗାନ୍ଧିଙ୍କ ନାଁ ଘୋଷଣା କରିଛି ଦଳ । ଏନେଇ କଂଗ୍ରେସ ପକ୍ଷରୁ ଆଜି ଔପଚାରିକ ଭାବେ ରାହୁଳଙ୍କ ନାମ ଘୋଷଣା କରାଯାଇଛି ।

rahul-gandhi-story-647_091217052452କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ହେବାକୁ ଥିବା ନିୟମ ଅନୁଯାୟୀ ଆଜି ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ଥିଲା । ଅଧ୍ୟକ୍ଷ ପଦ ପାଇଁ କେବଳ ରାହୁଲ ହିଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଦ୍ୱିପ୍ରହର ତିନିଟା ପରେ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଶେଷ ହେବା ପରେ ରାହୁଲଙ୍କୁ କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି । ରାହୁଲ ଦାଖଲ କରିଥିବା ନାମାଙ୍କନ ପତ୍ରରୁ ସମସ୍ତ ୮୯ ସେଟ ଠିକ ଥିଲା । ଚଳିତ ମାସ ୪ ତାରିଖରେ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ରାହୁଲ ନାମାଙ୍କନ ପତ୍ର ଦାଖଲ କରିଥିଲେ । ସଭାପତି ଭାବେ ରାହୁଲ ଗାନ୍ଧୀ ନିର୍ବାଚିତ ହେବା ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।

ଗୁଜରାଟର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ପୂର୍ବରୁ ରାହୁଲ କଂଗ୍ରେସର ମଙ୍ଗ ଧରିବେ ବୋଲି ଚର୍ଚ୍ଚା ହେଉଥିଲା । ଆଗାମୀ ୧୪ ତାରିଖରେ ଗୁଜରାଟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ । ଆଉ ଏହା ପୂର୍ବରୁ ରାହୁଲ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବ କର୍ମୀଙ୍କ ମନରେ ଏକ ନୂଆ ଆଶା ସଂଚାର କରିଛି । ତେବେ ପାଖାପାଖି ଦୁଇ ଦଶକ ପରେ ଅଥାର୍ତ ୧୯ ବର୍ଷ ପରେ କଂଗ୍ରେସ ଦଳ ନୂଆ ମୁଖିଆଙ୍କୁ ପାଇଛି । ପୂର୍ବରୁ ଏହି ଦାୟିତ୍ୱ ନିର୍ବାହ କରିଥିଲେ ସୋନିଆ ଗାନ୍ଧି । ୧୯୯୮ ମସିହାରୁ କଂଗ୍ରେସ ଦଳର ଅଧ୍ୟକ୍ଷା ଭାବେ ସୋନିଆ ଦାୟିତ୍ୱ ତୁଲାଇଥିଲେ । ଏପରିକି ତାଙ୍କରି ନେତୃତ୍ୱରେ ଲଗାତାର ଦୁଇ ବର୍ଷ ଧରି କେନ୍ଦ୍ରରେ ସରକାର ଗଢିଥିଲା କଂଗ୍ରେସ ।

sonia-gandhi-rahul-gandhi_650x400_81463981509ରାହୁଲ କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେବା ପରେ ଏବେ ତାଙ୍କ ପାଇଁ ନୂଆ ନୂଆ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ଦେଶର ସବୁଠାରୁ ପୁରୁଣା ଦଳର ସଭାପତି ଭାବେ ରାହୁଲଙ୍କ ରାଜଭିଷେକ କରାଯାଇଛି ସତ । କଂଗ୍ରେସ ଇତିହାସର ସବୁଠାରୁ ଖରାପ ସମୟରେ ଦଳର ଦାୟିତ୍ୱ ନେଇଛନ୍ତି ରାହୁଲ । ସ୍ଥିିତି ଏପରି ଅଛି ଯେ, ଲୋକସଭାରେ ବିରୋଧୀ ଦଳ ପାଇଁ ଆବଶ୍ୟକୀୟ ସଂଖ୍ୟା ମଧ୍ୟ ହାସଲ କରି ପାରିନାହିଁ ଦଳ ।ଏବେ ଲୋକସଭାରେ କଂଗ୍ରେସ ଦଳର ୫୦ରୁ କମ ସଦସ୍ୟ ରହିଛନ୍ତି । ଏହାଛଡା ଗୋଟିଏ ପରେ ଗୋଟିଏ ରାଜ୍ୟରୁ ଶାସନଭାର ମଧ୍ୟ ଦଳ ହାତରୁ ଖସି ସାରିଛି । ଏଭଳି ସମୟରେ ନୂଆ ସଭାପତି ଭାବେ ଦାୟିତ୍ୱ ନେବା ରାହୁଲଙ୍କ ପାଇଁ ଅଗ୍ନିପରୀକ୍ଷା ସଦୃଶ । ବିଭିନ୍ନ ଦିଗରୁ ଏବେ କଂଗ୍ରେସ ଭାଜାପା ଠାରୁ ପଛରେ ରହିଛି । ଏଭଳି ସ୍ଥିତିରେ ନିଜ ଘର ସଜାଡିବା ରାହୁଲଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି ।

PTI9_26_2017_000115Bକଂଗ୍ରେସକୁ ମଜବୁତ କରିବା : ସଭାପତି ଭାବେ ନିର୍ବାଚିତ ହେବା ପରେ ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇବା ରାହୁଲଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ । ୨୦୧୪ ନିର୍ବାଚନ ପରେ କଂଗ୍ରେସର ଅଧୋପତନ ଆରମ୍ଭ ହୋଇଥିଲା ଯାହାର ପ୍ରଭାବ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଉପରେ ପଡିଥିଲା । ଏପରିକି ୨୦୧୪ ପୂର୍ବରୁ ଅଧିକାଂଶ ରାଜ୍ୟରେ ସରକାର ଗଢିଥିବା କଂଗ୍ରେସ ଏବେ ୬ଟି ରାଜ୍ୟରେ ସିମୀତ ରହିଛି । ବଡ ବଡ ଦୁର୍ନୀତିରେ କଂଗ୍ରେସର ନେତା ସାମିଲ ଥିବା କହି ୨୦୧୪ରେ ଶାସନଗାଦି ନିଜ ହାତକୁ ନେଇଥିଲା ବିଜେପି । ଏହାପରେ କଂଗ୍ରେସ ମୁକ୍ତ ଭାରତର ଆହ୍ୱାନ ଦେଇ ବିଭିନ୍ନ ରାଜ୍ୟରୁ ସରକାର ଗଠନ କରିବାରେ ସକ୍ଷମ ହୋଇଛି ବିଜେପି । ଏଭଳି ସମୟରେ ରାହୁଲ ବୁଡି ଯାଉଥିବା କଂଗ୍ରେସର ଡଙ୍ଗାକୁ କିପରି ଉଦ୍ଧାର କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।

୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସକୁ ମାତ ଦେଇଥିବା ବିଜେପି ମୁଖ୍ୟତଃ ଯୁବବର୍ଗଙ୍କୁ ଆକୃଷ୍ଟ କରି ଭୋଟ ହାତେଇବା ସହ ସରକାର ଗଠନ କରିଥିଲା । କିନ୍ତୁ ଏବେ ଯୁବଗୋଷ୍ଠୀ ମୋଦି ସରକାର ଉପରେ ଅସନ୍ତୋଷ ଜାହିର କଲେଣି । ଆଉ ଏଭଳି ସମୟରେ କଂଗ୍ରେସର ରାହୁଲଙ୍କ ଭଳି ଯୁବକଙ୍କୁ କଂଗ୍ରେସ ଦଳର ଡୋରି ଦେଇ ଯୁବବର୍ଗଙ୍କ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି ଦଳ । ତେବେ ଯୁବଗୋଷ୍ଠୀ ରାହୁଲଙ୍କୁ କିପରି ଗ୍ରହଣ କରୁଛନ୍ତି ତାହା ମଧ୍ୟ ନୂଆ ଅଧକ୍ଷ୍ୟଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ।

PTI9_8_2016_000290Bକର୍ମୀ କମ ନେତା ଅଧିକ : କଂଗ୍ରେସ ଏବେ ଏମିତି ଏକ ଦଳ ପାଲଟି ଯାଇଛି ଯେଉଁଠି ନେତା ଅଧିକ ଅଛନ୍ତି ସତ କିନ୍ତୁ କର୍ମୀଙ୍କ ସଂଖ୍ୟା ନେତାଙ୍କ ତୁଳନାରେ ମଧ୍ୟ କମ । ଯାହା ଦଳର ପରାଜୟର ଏକ ମୁଖ୍ୟ କାରଣ । କଂଗ୍ରେସ ଦଳ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେଉଛି ବିଜେପିର ବୁଥ ସ୍ତରୀୟ କର୍ମୀଙ୍କୁ ପ୍ରତିହତ କରିବା । ଗୋଟିଏ ପଟେ ବୁଥସ୍ତରରେ ବିଜେପି ଶକ୍ତିଶାଳୀ ହେଉଥିବା ବେଳେ ଅନ୍ୟପଟେ ବୁଥସ୍ତରରେ କଂଗ୍ରେସ ଠାରୁ ମୁହଁ ଫେରାଇ ନେଇ ସାରିଲେଣି ପୁରୁଣା କର୍ମୀ । ଯାହା ଦଳ ପରାଜୟର ମୁଖ୍ୟ କାରଣ । ବୁଥ ସ୍ତରରେ କଂଗ୍ରେସର ଥିବା ସଂଗଠନ ଗୁଡିକ ପୂର୍ବାପେକ୍ଷା ଦୁର୍ବଳ ହୋଇସାରିଛି । ତେଣୁ କଂଗ୍ରେସକୁ ମଜବୁତ କରିବାକୁ ହେଲେ ବିଜେପି ଭଳି ବୁଥ ସ୍ତରରୁ କର୍ମୀଙ୍କୁ ଆପଣାଇବାକୁ ପଡିବ । ଏଭଳି ସ୍ଥିତିରେ ବୁଥ ସ୍ତରର କର୍ମୀଙ୍କ ପାଇଁ ରାହୁଲ କେଉଁ ପଦକ୍ଷେପ ନେଉଛନ୍ତି ତାହା ଦେଖିବାର କଥା ।

61666024ସୋସିଆଲ ମିଡିଆରେ ସକ୍ରିୟ : ସୋସିଆଲ ମିଡିଆ ହିଁ ଏକମାତ୍ର ମାଧ୍ୟମ ଯାହା ମାଧ୍ୟମରେ ଜଣେ ନେତା ଭୋଟରଙ୍କ ପାଖରେ ବେଶ ସହଜରେ ପହଞ୍ଚିପାରିବ । ଆଉ ୨୦୧୪ ନିର୍ବାଚନରେ ମୋଦି ସୋସିଆଲ ମିଡିଆକୁ ପାଥେୟ କରି ଯୁବବର୍ଗଙ୍କୁ ଆକର୍ଷିତ କରିବା ସହ ଭୋଟ ହାତେଇ ପାରିଥିଲେ । ଆଉ ଏହି ଟ୍ରେଣ୍ଟର ଦୌଡରେ ବହୁତ ପଛରେ ପଡି ଯାଇଥିଲା କଂଗ୍ରେସ । ଯାହା ଦଳକୁ ଆଶ୍ଚଯ୍ୟଜନକ ଭାବେ କ୍ଷତି ପହଞ୍ଚାଇଥିଲା । ସୋସିଆଲ ମିଡିଆ ସହାୟତାରେ ମୋଦି ସାଧାରଣ ଲୋକଙ୍କ ସହ ସିଧାସଳଖ ସର୍ମ୍ପକ ସ୍ଥାପନ କରିବା କଥା ସମସ୍ତେ ଜାଣନ୍ତି ଠିକ୍ ସେହିଭଳି ରାସ୍ତା ରାହୁଳଙ୍କୁ ଆପଣାଇବାକୁ ପଡିବ ।

ମୋଦି ଲହରକୁ ପ୍ରତିହତ କରିବା : ରାହୁଲଙ୍କ ସିଧାସଳଖ ଲଢେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଗାମୀ ଦିନରେ ଦେଖିବାକୁ ମିଳିବ । ଦେଶରେ ମୋଦି ଲହର ଯେଉଁଭଳି ଭାବେ ବହୁଛି ତାହାକୁ ପ୍ରଶମିତ କରିବା ଏତେ ସହଜ କଥା ନୁହେଁ । ମୋଦିଙ୍କ ଲହର ଯୋଗୁଁ ଅଧିକାଂଶ ରାଜ୍ୟରେ ଏବେ ଗେରୁଆ ଧ୍ୱଜ ଉଙ୍ଗିବା ଆରମ୍ଭ କରିଛି । କଂଗ୍ରେସ ଶାସିତ ରାଜ୍ୟରେ ମଧ୍ୟ ମୋଦି ଲହର ଦେଖିବାକୁ ମିଳିଛି । ଆଉ ଯାହା ସମ୍ପୂର୍ଣ୍ଣ ଭାବେ ଭୋଟରେ ମଧ୍ୟ ପ୍ରତିଫଳିତ ହେଉଛି । କିନ୍ତୁ ଗୁଜରାଟ ନିର୍ବାଚନରେ ଏହି ଲହରକୁ କିଛି ମାତ୍ରାରେ ଅଟାକାଇପାରିଛନ୍ତି ରାହୁଲ । ଏସବୁକୁ ଦୃଷ୍ଟିରେ ରଖିଲେ ମୋଦି ଲହର ରାହୁଳଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିବ ଯାହାକୁ ପ୍ରତିହତ କରିବା ରାହୁଲଙ୍କ ପାଇଁ କଷ୍ଟକର ହୋଇପାରେ ।

9a5efa7a-d974-11e7-91af-f34de211f924_1280x720_172045ସିନିୟର- ଜୁନିୟର ନେତାଙ୍କ ଭିତରେ ଉତ୍ତମ ସମ୍ବନ୍ଧ : ଭାରତର ସବୁଠାରୁ ପୁରୁଣା ଦଳ ହୋଇଥିବାରୁ କଂଗ୍ରେସରେ ଅଧିକାଂଶ ସିନିୟର ନେତା ରହିଛନ୍ତି । ତେବେ କିଛି ରାଜ୍ୟରେ ଦଳୀୟ ସଂଗଠନରେ କ୍ଷମତା ପାଇବା ପାଇଁ ସିନିୟର ଓ ଜୁନିୟର ନେତାଙ୍କ ମଧ୍ୟରେ ରାଜନୀତିକ ଲଢେଇ ଲାଗି ରହୁଛି । ଯାହାର ପ୍ରଭାବ ତଳସ୍ତରର କର୍ମୀଙ୍କ ଉପରେ ପଡୁଛି । ଦଳ ଭିତରେ ଅନ୍ତଃକନ୍ଦଳ ଭୋଟ ଉପରେ ମଧ୍ୟ ପ୍ରଭାବ ପକାଉଛି । ଯେପରିକି ରାଜସ୍ଥାନରେ ଅଶୋକ ଗେହଲଟ ସିନିୟର ନେତା ହୋଇଥିବା ବେଳେ ଏଠାରେ ତାଙ୍କ କ୍ଷମତାକୁ ହ୍ରାସ କରିବା ପାଇଁ ସଚିନ ପାଇଲଟ ଲଗାତାର ଉଦ୍ୟମ କରି ଆସୁଛନ୍ତି । ଯାହା ଦଳକୁ କ୍ଷତି ପହାଞ୍ଚାଉଛି । ସେହିଭଳି ମଧ୍ୟପ୍ରଦେଶରେ ଦିଗବିଜୟ ସିଂହ ବନାମ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦିଲ୍ଲୀରେ ଶୀଲା ଦିକ୍ଷିତ ବନାମ ଅଜୟ ମାକେନଙ୍କ ଲଢେଇ ରାହୁଳଙ୍କ ଚିନ୍ତା ବଢାଇପାରେ । ତେଣୁ ଏଭଳି ସମୟରେ ସଭାପତି ଭାବେ ବରିଷ୍ଠ ଓ ଯୁବ ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ରାହୁଲଙ୍କ ପାଇଁ ଏସିଡ ଟେଷ୍ଟ ସଦୃଶ ହେବାକୁ ଯାଉଛି ।

ବିଜେପି ରାହୁଲଙ୍କ ସିରିୟସନେସକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠାଇଛି । ସଂସଦରେ ରାହୁଳଙ୍କ ପିଲାଳିଆମି ଯୁକ୍ତିକୁ ବିଜେପି ସଡକ ପର୍ଯ୍ୟନ୍ତ ଆଣିଛି । ରାହୁଲଙ୍କୁ ଅପରିପକ୍ୱ ନେତାର ଟ୍ୟାଗ ଦେଇ ସାଧାରଣ ଲୋକଙ୍କ ନିକଟରେ ରାହୁଳଙ୍କ ଛବିକୁ ମଳିନ କରିବାର ସୁଯୋଗ ହାତଛଡା କରିନି ବିଜେପି । କିନ୍ତୁ ହିମାଚଳ ପ୍ରଦେଶ ଓ ଗୁଜରାଟ ନିର୍ବାଚନରେ ରାହୁଲ ଏକ ନୂଆ ରୂପରେ ସାମ୍ନାକୁ ଆସିଛନ୍ତି । ଗୋଟିଏ ସମୟରେ ରାହୁଳଙ୍କ କଥାକୁ ହସରେ ଉଡାଇଦେଉଥିବା ବିଜେପି ଏବେ ରାହୁଳଙ୍କ ଶାଣିତ ଯୁକ୍ତିରେ ଅସ୍ତବ୍ୟସ୍ତ ହେବାରେ ଲାଗିଲାଣି । ସଭାପତି ଭାବେ ଦାୟିତ୍ୱ ନେବା ପରେ ଅପରିପ୍ୱକ ନେତାର ଛବିରେ ପରିବତର୍ତ୍ତନ ଆଣି ବିଜେପିକୁ ଜବାବ ଦେବା ରାହୁଲଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ।

rb1vIlideaidhନିର୍ବାଚନ ଜିତିବା : ଉପାଧ୍ୟକ୍ଷରୁ ଅଧ୍ୟକ୍ଷ ଭାବେ ପଦୋନ୍ନତି ପାଇବା ପରେ ରାହୁଳଙ୍କ ପାଇଁ ବଡ ଚ୍ୟାଲେଞ୍ଜ ହେଉଛି ଆଗାମୀ ବିଧାନସଭା ନିର୍ବାଚନ । ୨୦୦୪ରେ ରାଜନୀତିରେ କ୍ୟାରିୟର ଆରମ୍ଭ କରିଥିବା ରାହୁଲଙ୍କୁ ୨୦୧୨ରେ ସବୁଠାରୁ ବଡ ଝଟକା ଲାଗିଥିଲା । ୨୦୧୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ନେତୃତ୍ୱ ନେଇ ମାତ୍ର ୨୮ ଟି ସିଟରେ ଦଳକୁ ବିଜୟୀ କରିପାରିଥିଲେ । ଏହାପରେ ୨୦୧୩ ମସିହାରେ ତାଙ୍କୁ କଂଗ୍ରେସ ଦଳର ନମ୍ବର-୨ ନେତା ଭାବେ ମାନ୍ୟତା ମିଳିଥିଲା । ଉପାଧ୍ୟକ୍ଷ ପଦ ପାଇବା ପରେ ୨୦୧୪ ସାଧାରଣ ନିର୍ବାଚନର ପ୍ରଚାର ଅଭିଯାନର ନେତୃତ୍ୱ ନେଇଥିଲେ ଯୁବରାଜ ରାହୁଲ । କିନ୍ତୁ ୨୦୧୪ରେ ଫଳାଫଳ କଂଗ୍ରେସକୁ ଚିନ୍ତାରେ ପକାଇଦେଇଥିଲା । ରାହୁଲ ପ୍ରଚାର ପୂରାପୁରି ଭାବେ ଫ୍ଲପ ମାରିଥିଲା । ମାତ୍ର ୪୪ଟି ସିଟରେ ସୀମିତ ରହିଥିଲା କଂଗ୍ରେସର ଗାଡି । ଏହାପରେ ଉତ୍ତରପ୍ରଦେଶରେ ଅମାନତ ହରାଇଥିଲା ଦଳ । ମେଣ୍ଟ କରି ଲଢିବା ସତ୍ତେ୍ୱ ମଧ୍ୟ ମୋଦି ଲହରକୁ ଅଟକାଇବାରେ ସକ୍ଷମ ହୋଇନଥିଲେ । ତେବେ ହିମାଚଳ ପ୍ରଦେଶ ଓ ଗୁଜରାଟ ନିର୍ବାଚନର ଫଳାଫଳ ଉପରେ ଏବେ ସମସ୍ତଙ୍କ ନଜର । କାରଣ ପ୍ରଥମଥର ପାଇଁ ଗୁଜରାଟରେ ବିଜେପି –କଂଗ୍ରେସ ଲଢେଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଯାହା ରାହୁଲଙ୍କ ନେତୃତ୍ୱ ଏକ ନୂଆ ଦିଶା ଦେବ । ଏହାଛଡା ଆଗାମୀ ବର୍ଷ ୮ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ରାହୁଲଙ୍କ ପାଇଁ ଏସିଡ ଟେଷ୍ଟ ସଦୃଶ ହେବାକୁ ଯାଉଛି ।