ପୁଟିନଙ୍କ ପାଖ ଲୋକ ହିଁ ତାଙ୍କ ହତ୍ୟା କରିବେ: ଯୁଦ୍ଧକୁ ନେଇ ଏକ ଇଣ୍ଟରଭ୍ୟୁରେ ଏଭଳି ସାଂଘାତିକ୍ ବୟାନ ଦେଲେ ୟୁକ୍ରେନ୍ ରାଷ୍ଟ୍ରପତି

97

କନକ ବ୍ୟୁରୋ: ୟୁକ୍ରେନ – ରୁଷିଆ ଯୁଦ୍ଧକୁ ଏକ ବର୍ଷ ପୂରଣ ହୋଇ ସାରିଥିବାବେଳେ ଏବେ ପର୍ଯ୍ୟନ୍ତ ଯୁଦ୍ଧ ଶେଷ ହେବାର ନାଁ ନେଉନାହିଁ । ଏହାରି ଭିତରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର୍ ଜେଲେନସ୍କି ଏକ ବଡ ଦାବି କରିଛନ୍ତି । ସେ କହିଛନ୍ତି, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ହତ୍ୟା ତାଙ୍କ ପାଖ ଲୋକ ହିଁ କରିବେ । ରୁଷିଆ – ୟୁକ୍ରେନ ଉପରେ ନ୍ୟୁଜ୍ ୱିକ୍ ମ୍ୟାଗାଜିନ୍ର ଏକ ଡକ୍ୟୁମେଂଟାରୀରେ ଏଭଳି ଚାଂଚଲ୍ୟକର ବୟାନ ଦେଇଛନ୍ତି ଜେଲେନସ୍କି । ଏହି ଡକ୍ୟୁମେଂଟାରୀ ଭିଡିଓଟି ରିଲିଜ୍ ହେବା ପରେ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚହଳ ସୃଷ୍ଟି ହୋଇଛି । ପ୍ରଥମେ ଆସନ୍ତୁ ଜାଣିବା କଣ କହିଛନ୍ତି ଜେଲେନସ୍କି ।

ପୁଟିନଙ୍କ ହତ୍ୟା କରିବେ ପାଖ ଲୋକ!
– ପୁଟିନଙ୍କ ବିରୋଧରେ ଛିଡାହେବେ ତାଙ୍କରି ପାଖ ଲୋକ
– ରୁଷିଆରେ ପୁଟିନ୍ ବିରୋଧୀ ନାରା ତେଜିବ
– ପୁଟିନଙ୍କ ଜଣେ ଘନିଷ୍ଠ ହିଁ ତାଙ୍କ ହତ୍ୟା କରିବ
– ସେ ସମୟ ଖୁବଶୀଘ୍ର ଆସିବ
– ପୁଟିନଙ୍କ ମୋ କଥା ମନେ ରଖିବା ଉଚିତ୍
– ପୁଟିନଙ୍କ ଉପରେ ଖୁସ୍ ନାହାଁନ୍ତି ତାଙ୍କର କିଛି ପାଖ ଲୋକ
– ଯୁଦ୍ଧକୁ ନେଇ ପୁଟିନଙ୍କ ଉପରେ ଅଛନ୍ତି ନାଖୁସ
– ୟୁକ୍ରେନ ସହ ଯୁଦ୍ଧ ବେଶ ଲମ୍ବା ସମୟ ଧରି ଚାଲିଛି
– ଯୁଦ୍ଧକୁ ନେଇ ପୁଟିନଙ୍କ ଜିଦ୍ଦି ତାଙ୍କ ପାଇଁ ମହଙ୍ଗା ପଡିବ

ଅନ୍ତର୍ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ ପୁଟିନଙ୍କ ସଂସଦରେ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କ କାର୍ଯ୍ୟକଳାପରେ ଖୁସ୍ ନାହାଁନ୍ତି । ତାଙ୍କର କିଛି ଘନିଷ୍ଠ ଲୋକ ଅଛନ୍ତି ଯେଉଁମାନେ ଚାହୁଁଛନ୍ତି ଯୁଦ୍ଧ ଶୀଘ୍ର ଶେଷ ହୋଇଯାଉ । ୟୁକ୍ରେନ ସହ ଯୁଦ୍ଧ ଅଧିକ ଲମ୍ବା ସମୟ ଧରି ଚାଲୁଥିବାରୁ ଦେଶର ଅର୍ଥନୀତି ପ୍ରଭାବିତ ହେବାର ଲାଗିଛି । ଏହାକୁ ନେଇ ପୁଟିନଙ୍କ ଉପରେ ଅନେକ ଲୋକ ନାଖୁସ ଅଛନ୍ତି । ଏଭଳି ରିପୋର୍ଟ ସାମ୍ନାକୁ ଆସିବା ପରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ସେ ଦିନ ଦୂର ନାହିଁ ଯେବେ ପୁଟିନଙ୍କ ନିଜ ଲୋକଙ୍କ ତାଙ୍କ ହତ୍ୟା କରିବେ । କେବଳ ରାଷ୍ଟ୍ରପତି ଜେଲେନସ୍କି ନାହାଁନ୍ତି, ୟୁକ୍ରେନର ଥିବା ରୁଷିଆର ବିରୋଧୀଦଳ ନେତା ଲ୍ୟା ପୋନୋମାରୱେ, ଗତ ମାସରେ ଦାବି କରିଥିଲେ ଯେ, ଆସନ୍ତା ଅକ୍ଟୋବର ୭ ତାରିଖ ପୂର୍ବରୁ ପୁଟିନଙ୍କ ହତ୍ୟା କରି ଦିଆଯିବ । ଏହା ପୂର୍ବରୁ ଆମେରିକାର ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସରେ ମଧ୍ୟ ଏଭଳି ରିପୋର୍ଟ ପ୍ରକାଶ ପାଇଥିଲା । ପୁଟିନଙ୍କ ହତ୍ୟା ଷଡଯନ୍ତ୍ର କ୍ରେମନିଲ୍ରେ ହିଁ କରାଯାଉଥିବା ରିପୋର୍ଟରେ ପ୍ରକାଶ ହୋଇଥିଲା ।

୭ ଅକ୍ଟୋବର ପୂର୍ବରୁ ପୁଟିନଙ୍କ ହତ୍ୟା!
– ଚଳିତ ବର୍ଷ ୭ ଅକ୍ଟୋବର ପୂର୍ବରୁ ପୁଟିନଙ୍କ ହତ୍ୟା ଯୋଜନା!
– ପୁଟିନଙ୍କ ଉପରେ ବିରୋଧୀ ନେତାଙ୍କ ଚାଂଚଲ୍ୟକର ବୟାନ
– ଚଳିତ ବର୍ଷ ଅକ୍ଟୋବର ୭ ପୂର୍ବରୁ ପୁଟିନଙ୍କ ହତ୍ୟା କରିଦିଆଯିବ
– ନିଜ ୭୧ତମ ଜନ୍ମଦିନ ପାଳନ କରିପାରିବେ ନାହିଁ ପୁଟିନ୍
– ପୁଟିନଙ୍କ ହତ୍ୟାର ଷଡଯନ୍ତ୍ର ରଚୁଛନ୍ତି ତାଙ୍କରି ପାଖ ଲୋକ
– ୭ ଅକ୍ଟୋବର ରାଷ୍ଟ୍ରପତି ପୁଟିନଙ୍କ ଜନ୍ମ ତାରିଖ
– ଏହା ପୂର୍ବରୁ ପୁଟିନଙ୍କ ହତ୍ୟା ଯୋଜନା କରୁଛନ୍ତି ପାଖ ଲୋକ
– ନିକଟରେ ପୁଟିନଙ୍କ ସମସ୍ତ ସୁରକ୍ଷାକର୍ମୀଙ୍କୁ ବଦଳାଇ ଦିଆଯାଇଥିଲା
– ସୁରକ୍ଷା ଦୃଷ୍ଟିରୁ ତାଙ୍କ ଘରେ ଓ ଅଫିସ୍ରେ କର୍ମଚାରୀଙ୍କୁ ବଦଳି ହୋଇଥିଲା
– ପୁଟିନଙ୍କ ରୋଷେୟାଙ୍କୁ ବି ବଦଳା ଯାଇଥିଲା
– ପୁଟିନଙ୍କ ବିରୋଧରେ ହତ୍ୟା ଷଡଯନ୍ତ୍ର ନେଇ ନ୍ୟୁୟର୍କ ଟାଇମ୍ସର ରିପୋର୍ଟ
– ରୁଷିଆ ରାଷ୍ଟ୍ରପତିଙ୍କ ପାଖେ ପାଖେ ରହିଛନ୍ତି ଶତ୍ରୁ