ଧାୱନଙ୍କ ବିସ୍ଫୋରକ ବ୍ୟାଟିଂ । ଚେନ୍ନାଇ ସୁପରକିଙ୍ଗସକୁ ହରାଇଲା ପଞ୍ଜାବ କିଙ୍ଗସ

119

କନକ ବ୍ୟୁରୋ : ଚେନ୍ନାଇ ସୁପରକିଙ୍ଗସକୁ ହରାଇଲା ପଞ୍ଜାବ କିଙ୍ଗସ୍ । ଶିଖର ଧାୱନଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁ ୧୧ ରନ୍ରେ ଜିତିଲା ପଞ୍ଜାବ । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ନିର୍ଦ୍ଧାରିତ ଓଭରରେ ୪ ୱିକେଟ୍ ହରାଇ ୧୮୭ ରନ୍ କରିଥିଲା । ଓପନର ଶିଖର ଧାୱନ ଖେଳିଥିଲେ ବିସ୍ଫୋରକ ଇନିଂସ । ୫୯ଟି ବଲ୍ରୁ ୨ଟି ଛକ୍କା ଓ ୯ଟି ଚୌକା ସହ ଧାୱନ କରିଥିଲେ ୮୮ ରନ୍ । ଜବାବରେ ଚେନ୍ନାଇ ୬ ୱିକେଟ୍ ହରାଇ ୧୭୬ ରନ୍ କରିବାରେ ସକ୍ଷମ ହୋଇଥିଲା ।

ରାୟୁଡୁ ୭୮ ରନର ବଡ଼ ଇନିଂସ ଖେଳିଥିଲେ । ସେହିପରି ଓପନର ଗାଏକୱାଡ୍ ୩୦ ରନ୍ କରିଥିବା ବେଳେ ଅଧିନାୟକ ଜାଡେଜା ଅପରାଜିତ ୨୧ ରନ୍ କରିଥିଲେ । ଏହି ବିଜୟ ସହ ପଞ୍ଜାବ ୮ଟି ମ୍ୟାଚ୍ରୁ ୪ଟିରେ ବିଜୟୀ ହୋଇ ୮ ପଏଂଟ ହାସଲ କରିଛି । ଏହା ସହ ପଏଂଟ ତାଲିକାର ଷଷ୍ଠ ସ୍ଥାନକୁ ଉନ୍ନିତ ହୋଇଛି । ବିସ୍ଫୋରକ ବ୍ୟାଟିଂ କରିଥିବା ଧାୱନ ୬ ହଜାର ଆଇପିଏଲ୍ ରନ୍ କ୍ଲବରେ ସାମିଲ ହୋଇଛନ୍ତି । ବିରାଟ କୋହଲୀଙ୍କ ପରେ ଧାୱନ ଦ୍ୱିତୀୟ ଖେଳାଳି ଭାବେ ୬ ହଜାର ଆଇପିଏଲ୍ ରନ୍ କ୍ଲବରେ ସାମିଲ ହୋଇଛନ୍ତି ।