ନିର୍ବାଚନୀ ମୈଦାନକୁ ଓହ୍ଲାଇବେ ପ୍ରିୟଙ୍କା ଗାନ୍ଧୀ । ଭାଇଙ୍କ ୱାଏନାଡ ଆସନରୁ ଲଢିବେ ଉପନିର୍ବାଚନ ।

463

କନକ ବ୍ୟୁରୋ: ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ପ୍ରିୟଙ୍କା ଗାନ୍ଧୀ । ଭାଇଙ୍କ ୱାଏନାଡ ଆସନରୁ ଉପନିର୍ବାଚନ ଲଢିବେ ଭଉଣୀ । ଏନେଇ ଘୋଷଣା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । କେରଳର ୱାଏନାଡ୍ ଓ ଉତ୍ତରପ୍ରଦେଶର ରାୟବରେଲି ଦୁଇ ଆସନରୁ ବିଜୟୀ ପରେ ୧୪ ଦିନ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ଗୋଟିଏ ଆସନ ଛାଡିବାର ଥିଲା । ବହୁ ଚର୍ଚ୍ଚା ଆଲୋଚନା ପରେ ଶେଷରେ ରାହୁଲ ରାଏବରେଲି ଆସନ ରଖିବା ନେଇ ନିଷ୍ପତ୍ତିି ନେଇଛନ୍ତି । ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ ଇଣ୍ଡିଆ ମେଣ୍ଟ ଭଲ ପଦର୍ଶନ କରିଥିବାରୁ ରାହଲ ରାଏବରେଲି ଆସନ ରଖିବାକୁ ନଷ୍ପତ୍ତି ନେଇଥିବା କୁହାଯାଉଛି ।