ରଷିଆ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୫ଶହ ଦିନ । ୫ଶହ ଶିଶୁଙ୍କ ସମେତ ହଜାର ହଜାର ସଂଖ୍ୟକ ଲୋକଙ୍କ ଗଲାଣି ଜୀବନ, ଉଭୟ ଦେଶ ହରାଇଲେ ନିଜର ୪ଲକ୍ଷରୁ ଅଧିକ ସୈନିକ

142

କନକ ବ୍ୟୁରୋ : ଚାହୁଁ ଚାହୁଁ ରୁଷ ଓ ୟୁକ୍ରେନର ଯୁଦ୍ଧକୁ ପୁରିଲାଣି ୫ ଶହ ଦିନ । ଘମାଘୋଟ ଗୁଳିବର୍ଷା ଭିତରେ ଗଲାଣି କାହିଁ କେତେ ନୀରିହଙ୍କ ଜୀବନ । ଗତ ବର୍ଷ ଫେବୃୟାରୀ ୨୪ରେ ଆରମ୍ଭ ହୋଇଥିବା ରୁଷ-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାଁ ଧରୁନି । ଏହି ଯୁଦ୍ଧରେ ପ୍ରାୟ ହଜାର ହଜାର ସଂଖ୍ୟକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ଲକ୍ଷଲକ୍ଷ ଲୋକ ଆହତ ହୋଇଛନ୍ତି । ସବୁଠୁ ବଡ଼ ଦୁଃଖର କଥା ଏହି ଭୟଙ୍କର ଯୁଦ୍ଧରେ ପ୍ରାୟ ୫ ଶହ ନୀରିହ ନିଷ୍ପାପ ଶିଶୁଙ୍କ ମୃତ୍ୟୁ ହୋଇଛି । ବହୁ ଲୋକ ବାସହରା ହେବା ସହ ଜୀବିକା ହରାଇଛନ୍ତି । ଅନ୍ୟପଟେ ୟୁକ୍ରେନରେ ରୁଷର ଯୁଦ୍ଧ ଯୋଗୁଁ ହୋଇଥିବା ବେସାମରିକ କ୍ଷୟକ୍ଷତିକୁ ଜାତିସଂଘ ନିନ୍ଦା କରିଛି । ନିଜ ସେନାର ମନୋବଳ ବଢ଼ାଇବା ସହ ସାହସିକତା ପାଇଁ ଓ ରୁଷକୁ ପ୍ରାଣପଣେ କଡ଼ା ଜବାବ ଦେଇଥିବାରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମୀର ସେନାକୁ ଧନ୍ୟବାଦ ଜଣାଇଛନ୍ତି