ଅପେକ୍ଷାର ହେବ ଅନ୍ତ । ଖୁବଶୀଘ୍ର ଇସ୍ରୋ ଉତକ୍ଷେପଣ କରିବ ତୃତୀୟ ଚନ୍ଦ୍ରଯାନ

114

କନକ ବ୍ୟୁରୋ : ଅପେକ୍ଷା ଶେଷ ହେବ ଓ ଖୁବ ଶୀଘ୍ର ଇସ୍ରୋ ଏହାର ତୃତୀୟ ଚନ୍ଦ୍ରଯାନ ଉତକ୍ଷେପଣ କରିବ । ଭାରତୀୟ ଗବେଷଣା ସଂସ୍ଥା ବା ଇସ୍ରୋ ଚଳିତ ମାସ ୧୪ ତାରିଖରେ ଚନ୍ଦଯାନ-ଥ୍ରୀ ଉତକ୍ଷେପଣ ନେଇ ଘୋଷଣା କରିଛି । ଇସ୍ରୋ ମୁଖ୍ୟ ଏସ ସୋମନାଥ ଜୁଲାଇ ୧୩ରୁ ୧୯ ମଧ୍ୟରେ ଚନ୍ଦ୍ରଯାନର ଉତକ୍ଷେପଣ ନେଇ କହିଥିବାବେଳେ ଜୁଲାଇ ୧୪ ତାରିଖରେ ଉତକ୍ଷେପଣ ନେଇ ସ୍ଥିର କରିଛନ୍ତି । ଆନ୍ଧ୍ରପ୍ରଦେଶର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ନୂତନ ଲଂଚ ଭେଇକିଲ ଏଲଭିଏମ-ଥ୍ରୀ ସାହାଯ୍ୟରେ ଅପରାହ୍ନ ୨ଟା ୩୫ରେ ଏହା ଉତକ୍ଷେପଣ କରାଯିବାର ସୂଚନା ରହିଛି ।

‘ଚନ୍ଦ୍ରଯାନ-୩’ ବିଷୟରେ ତଥ୍ୟ
– ଚନ୍ଦ୍ରଯାନ-ଥ୍ରୀ ହେଉଛି ଚନ୍ଦ୍ରଯାନ-ଟୁର ଏକ ଫଲୋଅପ ଅଭିଯାନ
-ଯାହା ଏହାର ଲ୍ୟାଣ୍ଡର ଓ ରୋଭର ବ୍ୟବହାର କରି ସୁରକ୍ଷିତ ଅବତରଣ କରିବ
– ଚନ୍ଦ୍ରପୃଷ୍ଠରେ ବୁଲିବା ପାଇଁ ସମସ୍ତ କ୍ଷମତା ପ୍ରଦର୍ଶନ କରିବ
-ଏହା ଲ୍ୟାଣ୍ଡର ଏବଂ ରୋଭର ଶହେ କିଲୋମିଟର ପରିଧି ଭିତରେ ଚନ୍ଦ୍ର କକ୍ଷପଥରେ ପ୍ରପଲସନ ମଡ୍ୟୁଲ ଦ୍ୱାରା ଗତି କରିବ
-ଏହି ପ୍ରକଳ୍ପର ଆନୁମାନିକ ବଜେଟ ୬୧୫ କୋଟି ରହିଛି
-ଚନ୍ଦ୍ରଯାନ-୩ ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ଚନ୍ଦ୍ର ବିଷୟରେ ଅଧିକ ରହସ୍ୟ ତଥ୍ୟ ଦେବାରେ ସାହାଯ୍ୟ କରିବ

‘ଚନ୍ଦ୍ରଯାନ-୩’ ଅଭିଯାନର ଲକ୍ଷ୍ୟ
– ଚନ୍ଦ୍ରଯାନ-୩ ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ସପ୍ଟ ଲ୍ୟାଣ୍ଡିଂ କରିବା ଅର୍ଥାତ୍ ଏକ ନିରାପଦ ଓ ସ୍ୱାଭାବିକ ଅବତରଣ କରିବା
-ଲୁନାର ରୋଭର ଟେକ୍ନୋଲୋଜି ସାହାଯ୍ୟରେ ଚନ୍ଦ୍ରପୃଷ୍ଠରେ ଭ୍ରମଣ କରିବା
-ଚନ୍ଦ୍ରପୃଷ୍ଠରେ ବୈଜ୍ଞାନିକ ଅନୁସନ୍ଧାନ କରିବା

୨୦୧୯ରେ ‘ଚନ୍ଦ୍ରଯାନ-୨’ ଥିଲା ଭାରତର ଦ୍ୱିତୀୟ ଅଭିଯାନ । ବିକ୍ରମ ନାମକ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବସ୍ଥାପିତ କରିବାର ଥିଲା । ହେଲେ ଦୁର୍ଘଟଣା ବା କ୍ରାସ ଯୋଗୁଁ ଭାରତର ଏହି ଚନ୍ଦ୍ର ଅଭିଯାନ ବିଫଳ ହୋଇଥିଲା । ‘ଚନ୍ଦ୍ରଯାନ-୨’ର ବିଫଳତା ପରେ ଏବେ ‘ଚନ୍ଦ୍ରଯାନ-୩’ର ଅଭିଯାନ ଆରମ୍ଭ କରାଯିବ । ଯଦି ଏହି ଉତକ୍ଷେପଣ ସଫଳ ହେବ ତେବେ ୪ର୍ଥ ଦେଶଭାବେ ଭାରତ ପରିଗଣିତ ହେବ । ପୂର୍ବରୁ ରୁଷ, ଆମେରିକା ଓ ଚାଇନା ନିଜର ମହାକାଶଯାନକୁ ଚନ୍ଦ୍ରରେ ଅବତରଣ କରିସାରିଛନ୍ତି ।