ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟକୁ କେନ୍ଦ୍ର ଦେଲା ୬ହଜାର ଶହେ କୋଟିର ବିଭିନ୍ନ ବିକାଶମୂଳକ ଯୋଜନା, ଭଦ୍ରକାଳୀଙ୍କ ପୂଜା ସହ ଗୋସେବା କଲେ ପ୍ରଧାନମନ୍ତ୍ରୀ

133

କନକ ବ୍ୟୁରୋ : ଶନିବାର ତେଲେଙ୍ଗାନାଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିନିକିଆଗସ୍ତ ସମୟରେ ରାଜ୍ୟକୁ ୬ହଜାର ଶହେ କୋଟିର ବିଭିନ୍ନ ପରିଯୋଜନା ଭେଟି ଦେଇଛନ୍ତି । ଜନସଭାକୁ ସମ୍ବୋଧିତ କରି କଂଗ୍ରେସ , ବିଆରଏସ ଓ ଆମ ଆଦମୀ ପାର୍ଟିକୁ ଶାଣିତ ଢଙ୍ଗରେ ସେ ଟାର୍ଗେଟ କରିଛନ୍ତି । ଚନ୍ଦ୍ରଶେଖରଙ୍କୁ ଜଣେ ଦୁର୍ନିତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ଓ ବିଆରଏସକୁ ଏକ ଦୁର୍ନିତୀଗ୍ରସ୍ତ ଦଳ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କେସିଆର ସରକାରଙ୍କ ଦୁର୍ନୀତି ଦିଲ୍ଲୀ ଯାଏଁ ଲମ୍ବିଛି । ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ଓ ବିଆରଏସ । ଏହି ଦୁଇ ଦଳ ମଧ୍ୟରେ ଦୁର୍ନୀତିର ଡିଲ ହୋଇଥିବା କହି ମଂଚରୁ ଟାର୍ଗେଟ କରିଛନ୍ତି ମୋଦି । ସେହିପରି ବଂଶବାଦ ପ୍ରସଙ୍ଗ ଉଠାଇ କଂଗ୍ରେସକୁ ଦେଶବାସୀଙ୍କ ପାଇଁ ଏକ ବିପଦଜ୍ଜନକ ଦଳ ବୋଲି ସଭାରେ କହିଥିଲେ ପ୍ରଧାନମନ୍ତ୍ରୀ ।

ତଲେଙ୍ଗାନା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମନ୍ଦିରରେ ପହଁଚି ପୂଜାର୍ଚ୍ଚନା କରିଛନ୍ତି । ୱାରଙ୍ଗାଲ ଥିବା ଭଦ୍ରକାଳୀ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବା ସହ ଗୋସେବା କରିଥିଲେ ପ୍ରଧାନମନ୍ତ୍ରୀ । ଶୁକ୍ରବାରଠୁ ମୋଦୀ ୪ଟି ରାଜ୍ୟଗସ୍ତ ଆରମ୍ଭ କରିଛନ୍ତି । ଛତିଶଗଡ, ଉତରପ୍ରଦେଶ, ତେଲେଙ୍ଗାନା ଓ ରାଜସ୍ତାନରେ ପହଁଚି ବିଭିନ୍ନ ଯୋଜନାର ଶିଳାନ୍ୟାସ କରିବା ସହ କୋଟି କୋଟି ଟଙ୍କାର ପରିଯୋଜନାର ଭେଟିଦେଇଛନ୍ତି ।