ସଂସଦର ବଜେଟ ଅଧିବେଶନ ପାଇଁ ପ୍ରସ୍ତୁତି ଶେଷ। ପ୍ରସ୍ତୁତିର ସମୀକ୍ଷା କଲେ ବାଚସ୍ପତି ଓମ ବିର୍ଲା ।

234

କନକ ବ୍ୟୁରୋ: ଫେବୃଆରୀ ୧ରେ ଆସିବ ବଜେଟ । ଜାନୁଆରୀ ୩୧ରୁ ବସିବ ବଜେଟ ଅଧିବେଶନ । ଏନେଇ ସମସ୍ତ ପ୍ରସ୍ତୁତି ବର୍ତମାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ନୂଆ ସଂସଦ ଭବନରେ ବଜେଟ ଅଧିବେଶନ ଓ ୨୦୨୩-୨୪ ବଜେଟ ଉପସ୍ଥାପନ ପାଇଁ ଯୋଜନା କରାଯାଇଥିଲେ ବି ନିର୍ମାଣ କାର୍ଯ୍ୟ ଶେଷ ହୋଇନଥିବାରୁ ପୁରୁଣା ସଂସଦ ଭବନରେ ଉପସ୍ଥାପନ କରାଯିବ ।

ସୋମବାର ଲୋକସଭା ବାଚସ୍ପତି ଓମ ବିର୍ଲା ସଂସଦ ଭବନରେ ପହଞ୍ଚିି ପ୍ରସ୍ୁତିର ସମୀକ୍ଷା କରିଛନ୍ତି । ବଜେଟ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଫେବୃଆରୀ ୧୧ ଓ ୨ୟ ଅଧିବେଶନ ମାର୍ଚ୍ଚ ୧୪ରୁ ଏପ୍ର୍ରିଲ ୮ ପର୍ଯ୍ୟନ୍ତ କରାଯିବ । ସେହିପରି କେନ୍ଦ୍ର ବଜେଟ ଫେବୃଆରୀ ୧ରେ ଉପସ୍ଥାପନ କରାଯିବ ।