ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରେମ ଆନନ୍ଦଙ୍କୁ ମର୍ଯ୍ୟାଦାଜନକ ପୁରସ୍କାର ! ଓଡ଼ିଶା ଏକ୍ସଲେନ୍ସି ଆୱାର୍ଡରେ କରାଯିବ ସମ୍ମାନିତ ।
ତାଙ୍କ ଦ୍ୱାରା ତିଆରି ହୋଇଛି ଅନେକ ସଙ୍ଗୀତ । ଏପରି ଗୀତ ଯାହା ଶୁଣିଲେ ଲୋକମାନେ ମୁଗ୍ଧ ହୋଇ ଉଠିଥାନ୍ତି । ସେ ଆଉ କେହି ନୁହନ୍ତି ଓଡିଆ ଜଗତର ସୁନାମଧନ୍ୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ।ସଂଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରସିଦ୍ଧ ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କୁ ମିଳିବ ଚଳିତ ବର୍ଷର ମର୍ଯ୍ୟାଦାଜନକ ଓଡିଶା ଏକ୍ସଲେନ୍ସି ଆଓ୍ଵାର୍ଡ-୨୦୧୮ । ଓଡ଼ିଆ ମିଡ଼ିଆ ଦ୍ୱାରା ଆସନ୍ତା ୧୫ ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଏହି ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି କାର୍ଯ୍ୟକ୍ରମରେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ୍ ଜୀ ଏବଂ ସ୍ୱାଧୀନତା ସଂଗ୍ରମୀ ଗୌରହରି ଦାସ ଉପସ୍ଥିତ ରହି ଏହି ପୁରସ୍କାର ପ୍ରଦାନ କରିବେ । ପୂର୍ବରୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଓଡ଼ିଆ ଫିଲ୍ମ ଫେୟାର ଆଓ୍ଵାର୍ଡ, ରେଡିଓ ଚକଲେଟ୍ ଆଓ୍ଵାର୍ଡ, ଜି ସାର୍ଥକ ଆଓ୍ଵାର୍ଡ, ତରଙ୍ଗ ସିନେ ଆଓ୍ଵାର୍ଡ ଭଳି ପ୍ରମୁଖ ଆଓ୍ଵାର୍ଡର ଅଧିକାରୀ ପ୍ରେମ୍ ଆନନ୍ଦ ଓଡ଼ିଆ, ମରାଠି ଓ ହିନ୍ଦୀ ସିନେମା ଜଗତରେ ଏକ ପରିଚିତ ନାମ । ହିନ୍ଦୀ ଫିଲ୍ମ ‘ପ୍ଲାନ୍ -ବି’, ମରାଠି ସିନେମା ‘ସିର୍ଟକର୍ଟ’ ଭଳି ପ୍ରିୟ ସିନେମା ସମେତ ଓଡ଼ିଆରେ ୫୦ରୁ ଊର୍ଦ୍ଧ୍ୱ ଲୋକପ୍ରିୟ ସିନେମାରେ ସଂଗୀତ ନିର୍ଦ୍ଦେଶନା ଦେଇ ପ୍ରଶଂସା ସାଉଟିଛନ୍ତି ।