ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ଚିତ୍ର : ଆମ୍ବୁଲାନ୍ସ ବିଳମ୍ବରେ ଆସିବାରୁ ଟ୍ରଲିରେ ମେଡିକାଲ ଗଲେ ଗର୍ଭବତୀ

88

କନକ ବ୍ୟୁରୋ : ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣା ଚିତ୍ର । ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଗର୍ଭବତୀଙ୍କୁ ଟ୍ରଲିରେ ମେଡିକାଲକୁ ନେଲେ । ବାଲେଶ୍ୱର ନୀଳଗିରିରୁ ଆସିଛି ଏପରି ଚିତ୍ର । ଅଭିଯୋଗ ଅନୁସାରେ, ଜଣେ ପ୍ରସବ ଆସନ୍ନ ମହିଳା ନିଜର ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ପ୍ରଥମେ ୧୦୮ ଆମ୍ବୁଲାନ୍ସ ଫୋନ କରିଥିଲେ ।

୧୦୮ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ଘଟିବାରୁ ଶେଷରେ ପରିବାର ଲୋକେ ଏକ ଟ୍ରଲି ରିକ୍ସାରେ ନୀଳଗିରି ମେଡିକାଲକୁ ଆଣିଥିଲେ । ତେବେ ଅଧ ରାସ୍ତାରେ ଟ୍ରଲିରେ ମହିଳା ଜଣକ ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ । ଯାହା ସମସ୍ତଙ୍କୁ ଚକିତ କରିଛି । ପରେ ମା’ ଓ ଛୁଆଙ୍କୁ ନୀଳଗିରି ମେଡିକାଲକୁ ଅଣାଯାଇ ଚିକିତ୍ସା କରାଯାଉଛି ।