ଆଜି ପ୍ରଥମାଷ୍ଟମୀ : ନୂଆ ପିନ୍ଧି ପଢ଼ୁଆଁ ହେବେ ବଡ଼ଠାକୁର, ଚଳଚଞ୍ଚଳ ଶ୍ରୀମନ୍ଦିର

146

କନକ ବ୍ୟୁରୋ : ଆଜି ପ୍ରଥମାଷ୍ଟମୀ । ନୂଆ ପିନ୍ଧି ପଢ଼ୁଆଁ ହେବେ ବଡ଼ଠାକୁର । ଏଥିପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର । ମଧ୍ୟାହ୍ନ ଧୂପ ପରେ ପ୍ରଥମାଷ୍ଟମୀର ନୀତି ବଢ଼ିବ । ବଡ଼ ଠାକୁରଙ୍କୁ ମାମୁଁ ଘରୁ ଆସିଥିବା ନୁଆ ଲୁଗା ପିିନ୍ଧା ଯାଇ ବେଶ କରାଯିବ । ପରେ ବନ୍ଦାପନା ନୀତି ଅନୁଷ୍ଠିତ ହେବ । ଗତକାଲି ନିଆଳିସ୍ଥିତ ମାମୁଁ ଘର ମାଧବାନନ୍ଦଜିଉଙ୍କ ପୀଠରୁ ଶ୍ରୀକ୍ଷେତ୍ର ଆସିଥିଲା ପଢ଼ୁଆଁ ଭାର । ନୂଆ ବସ୍ତ୍ର, ତୁଳସୀ ପତ୍ର ଠାରୁ ଆରମ୍ଭ କରି ନୈବିଦ୍ୟ କରିବେ ସେବାୟତ ।

ପୁରାଣ ଓ ଲୋକକଥା ଅନୁସାରେ ବଡ଼ ଠାକୁରଙ୍କ ମାମୁଁ ଘର ହେଉଛି କଟକ ଜିଲ୍ଲା ନିଆଳି ଅଞ୍ଚଳର ପ୍ରସିଦ୍ଧ ମାଧବାନନ୍ଦଜିଉ । ପ୍ରତିବର୍ଷ ଶ୍ରୀମନ୍ଦିରକୁ ମାଧବାନନ୍ଦଜିଉ ପକ୍ଷରୁ ପଢ଼ୁଆଁ କରାଯାଇଥାଏ । ମାମୁଁ ଘର ମାଧବାନନ୍ଦଜିଉ ଟ୍ରଷ୍ଟ ଓ ବିକାଶ ପରିଷଦ ତରଫରୁ ଖଣ୍ଡୁଆପାଟ, ବିରି, ଅରୁଆ ଚାଉଳ, ନଡ଼ିଆ, ଘିଅ, ଭୋଗ, କଦଳୀ ଓ ତୁଳସୀପତ୍ର ଧରି ୩୬ ନିଯୋଗ କାନ୍ଧରେ ଧରି ଆଣି ଭଣଜା ନିକଟକୁ ଯିବେ ।