୨ ବର୍ଷ ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇଥାଆନ୍ତେ ଅନୁଷ୍କା ସେଟ୍ଟୀ ! ପ୍ରଭାସ ରୋକିଥିଲେ ବିବାହ

40

ଏସଏସ ରାଜମୌଲୀଙ୍କ ସିନେମା ‘ବାହୁବଲୀ ୨’ ରେକର୍ଡ ପରେ ରେକର୍ଡ ସୃଷ୍ଟି କରିବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ଏହି ସିନେମା ବିଶ୍ୱବ୍ୟାପୀ ୧୫୦୦ କୋଟିରୁ ଅଧିକ ଆୟ କରି ସାରିଛି । ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ପ୍ରଭାସ ଓ ଅନୁଷ୍କାଙ୍କ କେମେଷ୍ଟ୍ରି ଓ ତାଙ୍କର ପରିଶ୍ରମ ଦର୍ଶକଙ୍କ ମନକୁ ବେଶ ଛୁଇଁପାରିଛି ।

ସିନେମାର ସଫଳତା ସହ ଏବେ ସେମାନଙ୍କର ପ୍ରେମସମ୍ପର୍କ ଥିବା ନେଇ ଚର୍ଚ୍ଚା ହେଉଛି ଏବଂ କୁହାଯାଉଛି ଉଭୟେ ଖୁବ ଶ୍ରୀଘ୍ର ବିବାହ ମଧ୍ୟ କରିବାକୁ ଯାଉଛନ୍ତି । ଏମିତିରେ ଏକ ଲୋକପ୍ରିୟ ୱେବପୋର୍ଟାଲର ଖବର ଅନୁସାରେ ପ୍ରଭାସଙ୍କ ପାଇଁ ଅନୁଷ୍କା ନିଜର ବିବାହକୁ ୨ ବର୍ଷ ପୂର୍ବରୁ ଟାଳିବାକୁ ବାଧ୍ୟ ହୋଇଥିଲେ । ତେବେ ଜାଣନ୍ତୁ କ’ଣ ଥିଲା ଅନୁଷ୍କାଙ୍କ ବିବାହ ରୋକିବାର କାରଣ ।

ଖବର ଅନୁସାରେ ପ୍ରଭାସ ଚାହୁଁଥଲେ ଅନୁଷ୍କା କେବଳ ‘ବାହୁବଲୀ ୨’ର ସୁଟି ଉପରେ ହିଁ ଅଧିକ ଧ୍ୟାନ ଦିଅନ୍ତୁ । ଏଥିପାଇଁ ଅନୁଷ୍କାଙ୍କୁ ବିବାହ ଟାଳିବାକୁ ପଡିଥିଲା । ଏବେ ଖବର ଆସୁଛି ପ୍ରଭାସ ଓ ଅନୁଷ୍କା ଉଭୟ ଉଭୟଙ୍କୁ ଡେଟ କରୁଛନ୍ତି । କିନ୍ତୁ ଏକଥାକୁ ଅନୁଷ୍କା ଓ ପ୍ରଭାସ ଟାଳିଦେବା ସହ ଉଭୟେ କେବଳ ଭଲ ବନ୍ଧୁ ବୋଲି କହୁଛନ୍ତି ।