ନୂଆ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ କେଉଁ ବିଭାଗ । ଖୁବ୍ ଶୀଘ୍ର ସ୍ପଷ୍ଟ ହେବ ରୂପରେଖ ।

412

କନକ ବ୍ୟୁରୋ: ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବା ପରେ କାହାକୁ ମିଳିବ କେଉଁ ବିଭାଗ । ଏନେଇ କଳ୍ପନାଜଳ୍ପନା ଜାରି ରହିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କହିଛନ୍ତି ମନ୍ତ୍ରିମଣ୍ଡଳ ରୂପରେଖ ନେଇ ନିଷ୍ପତ୍ତି ସରିଛି । କୌଣସି ମୁହୂର୍ତ୍ତରେ ରାଜ୍ୟପାଳଙ୍କ ଅଫିସରୁ ଲିଷ୍ଟ ଆସିପାରେ । ବୁଧବାର ୮କ୍ୟାବିନେଟ ଓ ୫ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି । ଏମାନଙ୍କୁ କେଉଁ ବିଭାଗ ମିଳିବ ସେନେଇ କଳ୍ପନାଜଳ୍ପନା ଲାଗି ରହିଛି । ପ୍ରଥମ ଥରର ବିଧାୟକ ହୋଇଥିବା ୮ ଜଣ ମନ୍ତ୍ରୀ ହୋଇଛନ୍ତି । ମୋହନଙ୍କ ମନ୍ତ୍ରୀ ମଣ୍ଡଳରେ ପଶ୍ଚିମ ଓଡ଼ିଶାରୁ ୪ ଜଣ ଓ ଉପକୂଳରୁ ୬ ଜଣ ମନ୍ତ୍ରୀ ହୋଇଛନ୍ତି । ଦକ୍ଷିଣ ଓଡ଼ିଶାରୁ ୩ ଓ ଉତର ଓଡ଼ିଶାରୁ ୩ ଜଣ ମନ୍ତ୍ରୀ ହୋଇଛନ୍ତି । ମୋଟ୍ ୧୬ ଜଣଙ୍କ ମଧ୍ୟରୁ ୪ ଜଣ ଆଦିବାସୀ, ୩ ଜଣ ଅନୁସୂଚିତ ଜାତି ଏବଂ ଜଣେ ମହିଳା ସାମିଲ ଅଛନ୍ତି ।