କନକ ବ୍ୟୁରୋ : ଭୁବନେଶ୍ୱରରୁ ଅପହୃତ ହୋଇଥିବା ଶିଶୁକୁ ଉଦ୍ଧାର କରାଯାଇଛି । କଟକରୁ ଉଦ୍ଧାର କରିଛି ମଞ୍ଚେଶ୍ୱର ଥାନା ପୁଲିସ । ତେବେ ସୂଚନା ଅନୁସାରେ ପାରିବାରିକ କଳହରୁ ନିଜ ପୁଅକୁ ମା’ କୋଳରୁ ଛଡାଇନେବାକୁ ଉଦ୍ୟମ କରିଥିଲା ବାପା । ଏହି ମାମଲାରେ ବାପା ସମେତ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି ।
ଅପହୃତ ଶିଶୁ ଉଦ୍ଧାର ହେବା ପରେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଶିଶୁ ଅପହୃତ ଖବର ପାଇବା କ୍ଷଣି ତୁରନ୍ତ ନିକଟସ୍ଥ ସମସ୍ତ ଥାନାକୁ ସୂଚନା ଦିଆଯାଇଥିଲା । ଏପରିକି ଶିଶୁକୁ ଉଦ୍ଧାର କରିବାକୁ ପ୍ରତି ଗାଡିକୁ ଯାଞ୍ଚ କରାଯାଇଥିଲା । ତେବେ ଶିଶୁର ବାପାଙ୍କୁ ଅପହୃତ ବାବଦରେ ପଚରାଉଚରା ବେଳେ ସନ୍ଦେହ ସୃଷ୍ଟି ହୋଇଥିଲା । ତାଙ୍କ କଥାରେ ତାଳମେଳ ନଥିବାରୁ ସନ୍ଦେହ ଆହୁରି ବଢିଥିଲା । ପରେ ଶିଶୁଟିକୁ ଅପହୃତ କରିଥିବା ନେଇ ସ୍ୱୀକାର କରିଥିଲା ଅଭିଯୁକ୍ତ ବାପା । ଏହି ଘଟଣାରେ ଅଭିଯୁକ୍ତ ବାପାଙ୍କ ସହ ଅନ୍ୟ ୩ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/7-25.jpg)