ପୋଲିସ ହାତରେ ପଡିଛି କୋଟିପତି ଚୋର । ଭାରତଠୁ ଆରମ୍ଭ କରି ନେପାଳ ଯାଏଁ ରହିଛି ବିପୁଳ ସମ୍ପତ୍ତି

290

କନକ ବ୍ୟୁରା: ଦିଲ୍ଲୀ ପୁଲିସ ହାତରେ ,ମିତି ଏକ ଚୋର ଧରା ପଡିଛି ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । ଏହି ଚୋର ଗତ ୨୫ ବର୍ଷ ଧରି ଚୋରୀ କରିଆସୁଛି । ଚୋରି କରି କରି ଏଯୁବକ ଜଣକ ଭାରତଠୁ ନେଇ ନେପାଳ ଯାଏଁ କୋଟି କୋଟି ଟଙ୍କାର କୋଠାବାଡି କରିବା ସହ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛଇ । ଅଭିଯୁକ୍ତର ପରିବାର ପୂର୍ବରୁ ଉତ୍ତରପ୍ରଦେଶରେ ରହୁଥିାବେଳେ ଏବେ ନେପାଳରେ ରହୁଥିବା ଜଣାପଡିଛି ।

ପୁଲିସ ଦେଇଥିବା ତଥ୍ୟ ମୁତାବକ, ସିଦ୍ଧାର୍ଥନଗରରେ ଅଭିଯୁକ୍ତର ପତ୍ନୀ ନାଁରେ ଗେଷ୍ଟହାଉସ୍ ଥିବାବେଳେ ତା ନିଜ ନାଁରେ ନେପାଳରେ ହୋଟେଲ ଚାଲିଛି । ଚୋରି କରି କରି ଅଭିଯୁକ୍ତ ଲକ୍ଷେ୍ନø ଓ ଦିଲ୍ଲୀରେ ଦାମୀ ଘର କରିିଛି । ୨୦୦୧ରୁ ୨୦୨୩ ମଧ୍ୟରେ ଅଭିଯୁକ୍ତ ନାଁରେରହିଛି ସର୍ବାଧିକ ଅପରାଧିକ ମାମଲା ।

ସୂଚନା ମୁତବକ, ଧରାପଡିଥିବା ଏହି ଯୁବକର ପ୍ରକୃତ ନା ମନୋଜ ଚୌବେ । ଗତ ୨୫ ବର୍ଷ ଧରି ମନୋଜ ନିଜ ପରିବାରଠାରୁ ଲୁଚି ଲୁଚି ଦୋଘରା ଜୀବନ ବଞ୍ଚୁଥିଲା । ଭିନ୍ନ ଭିନ୍ନ ସ୍ଥାନରେ ନିଜର ଅଲଗା ଅଲଗା ପରିଚୟ ଦେଉଥିଲା । ସେ ଏକୁଟିଆ ପାଖାପାଖି ୨୦୦ ଚୋରି କରିଛି ।୪୮ ବର୍ଷୀୟ ମନୋଜର ପରିବାର ଆଗରୁ ୟୁପି ସିଦ୍ଧାର୍ଥନଗରରେ ରହୁଥିଲା ହେଲେ କିଛି ମାସ ହେବ ନେପାଳକୁ ସ୍ଥାନନ୍ତର ହୋଇଯାଇଛି ।

ମିଳିଥିବା ତଥ୍ୟ ମୁତାବକ, ମନୋଜ ୧୯୯୭ରେ ଦିଲ୍ଲୀ ଆସି କିର୍ତ୍ତୀନଜର ଥାନାରେ ଥିବା କ୍ୟାଣ୍ଟିନରେ କାମ କରୁଥିଲା । ହେଲେ କ୍ୟାଣ୍ଟିନରୁ ଚୋରୀ କରୁଥିବା ଧରାପଡିବାରୁ ତାକୁ ଜେଲ ପଠାଗଲା । କିନ୍ତୁ ସେ ବଦଳିନଥିଲା । ଜେଲରୁ ମୁକୁଳିବା ପରେ ଘରଗୁଡିକୁ ଟାର୍ଗେଟ କଲା । କିଛି ଘରେ ପଶି ଚୋରି କରିବା ପରେ ଘରକୁ ଫେରୁଥିଲା । ଦିଲ୍ଲୀରେ ଏକ ସ୍କୁଟି ଧରି ବୁଲୁଥିଲା ଆଉ ଘର ଠାକ କରୁଥିଲା । ଆଉ ରାତିରେ ପଶି କିମ୍ବା ଘଷର କେହି ନଥିବାବେଳେ ଚୋରି କରୁଥିଲା । ବିଶେଷ କରି ଲଗାତାର ବନ୍ଦ ପଡିଥିବା ଘର, ଫ୍ଲାଟକୁ ଟାର୍ଗେଟ କରୁଥିଲା । ହେଲେ ଘର ଲୋକଙ୍କୁ କହୁଥିଲ ଯେ , ସେ ଦିଲ୍ଲୀରେ ପାର୍କିଙ୍ଗର ଠିକା ନେଇଛି । ଏଥିରୁ ତା’ର ଭଲ ରୋଜଗାର ହେଉଛି ।

ଚୋରି ଧନରେ ମନୋଜ ନେପାଳରେ ହୋଟେଲ କଲା । ୟୁପିରେ ବି ଘର କିଣିଲା । ଆଉ ସବୁଠାରୁ ମଜା କଥା ହେଉଛି । ଏହାପରେ ସେ ନିଜର ମିଛ ପରିଚୟ ଦେଇ ଜଣେ ଜଳସେଚନ ବିଭାଗ ଅଧିକାରୀଙ୍କ ଝିଅକୁ ବିବାହ କଲା । ସ୍ତ୍ରୀ ପାଇଁ ସିଦ୍ଧାର୍ଥନଜରରେ ଆଲିସାନ୍ ଘର କରିବା ସହ ପରିବାର ପାଇଁ ଲକ୍ଷେ୍ନøରେ ଆଉ ଏକ ଚକାଚକ୍ ଘର ବନାଇଲା । କେବଳ ଏତିକି ନୁହେଁ ଏକାଧିକ ଜମିକୁ ଲିଜରେ ଅନୁଷ୍ଠାନ ଗୁଡିକୁ ଦେଇ ସେଥିରୁ ମାସିକ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା । ହେଲେ କଥାରେ ଅଛି ପରା ଚୋର ଘର ସବୁବେଳେ ଅନ୍ଧାର ରହେନି ।
ଥରେ ଜଣେ ବ୍ୟକ୍ତି ପୁଲିସରେ ଚୋରୀ ଏଫଆଇଆର ଦାଏର କରିବାରୁ ଏହାର ଯାଞ୍ଚ ଆରମ୍ଭ କରିଥିଲା ଦିଲ୍ଲୀ ପୁଲିସ । ସିସିଟିଭିରେ ଚୋରି ସମୟରେ ଫୁ,ଟଜରେ ଦେଖାଯାଇଥିଲା ମନୋଜ ମୁହଁ । ଏହାସହ ଏକ ସ୍କୁଟି ଦରି ସହରରେ ବୁଲୁଥିବାର ଦୃଶ୍ୟ ମଧ୍ୟ ଆଉ ଏକ ସିସିଟିଭି ଫୁଟେଜରେ ଦେଖିବାକୁ ମିିଳିଲା । ସ୍କୁଟି ନମ୍ବର ଯାଞ୍ଚ କରୁକରୁ ସବୁ ସତ ଧରାପଡିଲା ।

କଥା ହେଉଛି ମନୋଜ ମିଛ କଥା କହି ଜଣେ ନେପାଳି ମହିଳାଙ୍କୁ ବିବାଦ କରିଥିଲେ । ଏହି ସ୍କୁଟିଟି ମହିଳାଙ୍କ ଭାଇ ନାଁରେ ଥିବା ଜଣାପଡିଥିଲା । ଏହାର ତନାଘନା କରୁକରୁ ଜୁଲାଇ ୧୦ ତାରିଖରେ ମନୋଜକୁ ମାଡିବସିଲା ପୁଲିସ । ଏବେ ମନୋଜ ଜେଲରେ ଥିବାବେଳେ ତା’ ବିରୋଧରେ ଚାଲିଛି ୧୫ ମାମଲା ।