ପୁତୁରା ଅଜିତ ପାୱାରଙ୍କୁ ଜବାବ ଦେଲେ ଦାଦା ଶରଦ ପାୱାର । କହିଲେ ନା ମୁଁ ଥକିଛି ନା ମୁଁ ଅବସର ନେଇଛି, ମୁହଁ ହେଉଛି ନିଆଁ

1,022

କନକ ବ୍ୟୁରୋ : ମହାରାଷ୍ଟ୍ର ମହାନାଟକ ଜାରି ରହିଛି । ଏହା ଭିତରେ ବୟାନବାଜୀ ମଧ୍ୟ ଜୋର ଧରୁଛି । ଏବେ ଏନସିପି ପ୍ରତିଷ୍ଠାତା ଶରଦ ପାୱାର ପୁତୁରା ତଥା ନେତା ଅଜିତ ପୁତୁରାଙ୍କୁ ବଡ ଜବାବ ଦେଇଛନ୍ତି । ଶରଦ କହିଛନ୍ତି ମୁଁ ଥକି ନାହିଁ କି ଅବସର ନେଇନି । ମୁଁ ନିଆଁ । ମୋତେ ଅବସର ନେବାକୁ କହିବାର ଅଧିକାର କାହାରି ନାହିଁ । ନିକଟରେ ଅଜିତ ଓ ଶରଦ ଶକ୍ତି ପ୍ରଦର୍ଶନ କରିଥିଲେ ଓ ମୁମ୍ବାଇରେ ଦୁଇଟି ଭିନ୍ନ ଭିନ୍ନ ସଭା କରିଥିଲେ   । ଏହି ସମୟରେ ଦାଦା ଶରଦଙ୍କୁ କଟାକ୍ଷ କରି ଅଜିତ କହିଥିଲେ ୮୩ବର୍ଷ ବୟସରେ ପହଁଚିଲେଣି । ଏବେ ଆପଣ ନୂଆ ପୀଢିଙ୍କୁ ଆର୍ଶୀବାଦ ଦିଅନ୍ତୁ ଓ ରାଜନୀତିରୁ ଅବସର ନିଅନ୍ତୁ ।ବର୍ତ୍ତମାନ ଏହାର ଜବାବ ରଖିଛନ୍ତି ଶରଦ ପାୱାର । ମହାରାଷ୍ଟ୍ର ରାଜନୀତିରେ ଚାଲିଛି ଡବଲ ପାୱାର ଡ୍ରାମା । ସେପଟେ ଦାଦା ପୁତୁରା କଳି ଭିତରେ ଫଶିଛି ସିନ୍ଦେ ସରକାର । ମହାରାଷ୍ଟ୍ର ମହାନାଟକରେ ଦର୍ଶକ ସାଜିଛି ବିଜେପି । ଡ୍ରାମାରେ ଥାଇ ମଧ୍ୟ ଡ୍ରାମାରେ ନଥିବା କହୁଛି ବିଜେପି ।