ଜି-୭ ଶିଖର ସମ୍ମିଳନୀରେ ମୋଦୀ ପିନ୍ଧିଲେ ନିଆରା ଜ୍ୟାକେଟ, ଜ୍ୟାକେଟ ପ୍ରସ୍ତୁତିରେ ବ୍ୟବହାର ହୋଇଥିବା ସାମଗ୍ରୀକୁ ନେଇ ଚର୍ଚ୍ଚା

207

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତ ବେଳେ କିଛି ନା କିଛି ନିଆରା ପୋଷାକ ପରିଧାନକୁ ନେଇ ଚର୍ଚ୍ଚାରେ ଥାନ୍ତି । ହେଲେ ଏବେ ଜି-୭ ଶିଖର ସମ୍ମିଳନୀରେ ମୋଦୀ ପିନ୍ଧିଥିବା ଜ୍ୟାକେଟକୁ ନେଇ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜ-୭ ଶିଖର ସମ୍ମିଳନୀରେ ଯେଉଁ ଜ୍ୟାକେଟ ପିନ୍ଧିଛନ୍ତି ତାହା ରିସାଇକେଲ ସାମଗ୍ରୀରୁ ପ୍ରସ୍ତୁତ ହୋଇଛି ବୋଲି କୁହାଯାଇଛି । ଏହି ଜ୍ୟାକେଟକୁ ଦେଖାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଜି ସାରା ବିଶ୍ୱକୁ ଏଭଳି ସାମଗ୍ରୀର ଆବଶ୍ୟକତା ରହିଛି । ଏହାକୁ ଅଭ୍ୟାସରେ ପରିଣତ କରିବାକୁ ସେ ବିଶ୍ୱବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଜାପାନର ହିରୋସୀମାରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମା ଅନାବରଣ କରିଛନ୍ତି । ସେ କହିଛନ୍ତି କି, ମହାତ୍ମା ଗାନ୍ଧୀ ଶାନ୍ତି ଓ ଅହିଂସାର ପ୍ରତୀକ । ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ଭାରତୀୟ ସଂସ୍କୃତି ସହିତ ଜଡିତ ଜଣେ କଳାକାର ଓ ଜଣେ ଶିକ୍ଷାବିତଙ୍କୁ ଭେଟିଛନ୍ତି ।

ଏହା ପୂର୍ବରୁ ବି ପ୍ରଧାନମନ୍ତ୍ରୀ ଫେବୃଆରୀ ୮ ତାରିଖରେ ଲୋକସଭାରେ ଏକ ନୀଳ ରଙ୍ଗର ଜ୍ୟାକେଟ ପିନ୍ଧିଥିଲେ । ଏହି ଜ୍ୟାକେଟ ପ୍ଲାଷ୍ଟିକ ବୋତଲକୁ ରିସାଇକେଲ କରାଯ୍ଧବ ପ୍ରସ୍ତୁତ କରାଯାଇଥିଲା । ସେତେବେଳେ ବି ଏହି ଜ୍ୟାକେଟକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ଇଣ୍ଡିଆନ ଅଏଲ କର୍ପୋରେଶନ ତରଫରୁ ଏହା ପ୍ରଧାନମନ୍ତ୍ରୀଙ୍କୁ ଉପହାର ଆକାରରେ ଦିଆଯାଇଥିଲା ।