ରାଜସ୍ଥାନ ମାଟିରୁ ବିରୋଧୀ ମେଂଟକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟାର୍ଗେଟ, କହିଲେ ଦୁର୍ନୀତି ଲୁଚାଇବା ପାଇଁ ଇଣ୍ଡିଆ ନାଁର ସାହାରା ନେଇ କରିଛନ୍ତି ମେଂଟ

76

କନକ ବ୍ୟୁରୋ : ରାଜସ୍ଥାନ ସଭା ମଂଚରୁ ବିରୋଧୀଙ୍କୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । ରାଜସ୍ଥାନ ସିକରରେ ପହଁଚି ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ସମୟରେ ବିରୋଧୀ ଦଳ ମେଂଟ ଇଣ୍ଡିଆ ଉପରେ ସେ ବର୍ଷିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ମେଂଟର ନାଁ ପରିବର୍ତନ କରି ବିରୋଧୀ ନିଜ କଳାକାରନାମା ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ଦେଶର ଶତ୍ରୁ ଯେଉଁ ଉପାୟ ଆପଣାଇଥାନ୍ତି ଠିକ ସେହି ରାସ୍ତାରେ ଚାଲୁଛନ୍ତି ବିରୋଧୀ । ମେଂଟର ନାଁ ଇଣ୍ଡିଆ ରଖି ନିଜ ଦୁର୍ନିତୀକୁ ଲୁଚାଇବାକୁ ଚେଷ୍ଟା କରାଯାଉଛି । ଉଦାହରଣ ଦେଇ ଇଷ୍ଟ ଇଣ୍ଡିଆ କଥା ଉଠାଇଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ମୋଦୀ କହିଥିଲେ କଂଗ୍ରେସର ଅର୍ଥ ହେଉଛି ଲୁଟ ବଜାର । ରାଜସ୍ଥାନର ଲାଲ ଡାଏରୀରେ ଗେହଲଟ ସରକାରଙ୍କ କଳା କାରାନାମା ଲେଖା ହୋଇଛି । ବିରୋଧୀ ମେଂଟ ଇଣ୍ଡିଆକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କୁଇଟ ଇଣ୍ଡିଆ ସ୍ଲୋଗାନ ଦେଇଥିଲେ । ଗଣତନ୍ତ୍ରରେ ପ୍ରତ୍ୟକ ସରକାର ନିଜ କାର୍ଯ୍ୟର ହିସାବ ଦେବାକୁ ପଡେ କିନ୍ତୁ ରାଜସ୍ଥାନରର କଂଗ୍ରେସ ସରକାର ହିସାବ ଦେଇପାରିବ କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଏଥିସହ ମୋଦୀ କହିଛନ୍ତି ରାଜସ୍ଥାନରେ ଦଳିତଙ୍କ ଉପରେ ଚରମ ସୀମାରେ ପହଁଚିଛି ଅତ୍ୟାଚାର । ନିଶା କାରବାର ବୃଦ୍ଧି ପାଉଛି । ଉତ୍ସବ ଓ ପର୍ବପର୍ବାଣୀରେ ରାଜ୍ୟ ପ୍ରତ୍ୟକଥର ଦେଖୁଛି ହିଂସା । ରାଜ୍ୟ ସରକାର ଯୁବଗୋଷ୍ଠୀ ବିରୋଧୀ ସରକାର ଅଟେ । ତେଣୁ ରାଜ୍ୟବାସୀ ଏଣିକି ପରିବର୍ତନ ଚାହୁଁଛନ୍ତି । ସେପଟେ କେରଳଗସ୍ତ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭିଡିଓ ଜାରି କରି ମୋଦୀଙ୍କ ବୟାନ ଉପରେ ଜବାବ ଦେଇଛନ୍ତି ।