ଏଥର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ : ବନ୍ୟା, ଭୂସ୍ଖଳନ ଭଳି ସମସ୍ୟାକୁ ନେଇ ଚିନ୍ତା ବ୍ୟକ୍ତ କଲେ ମୋଦୀ

63

କନକ ବ୍ୟୁରୋ: ୧୦୩ତମ ମନ କି ବାତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥର ଦେଶରେ ହେଉଥିବା ବନ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

ମୌସୁମୀ ବର୍ଷାର ଅନିୟମତା, ଦେଶର ଅଧିକାଂଶ ରାଜ୍ୟରେ ହେଉଥିବା ବନ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଭଳି ସ୍ଥିତିର ମୁକାବିଲା ସହ ଜଳ ସଂରକ୍ଷଣ, ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ମଧ୍ୟ ଦେଇଛନ୍ତି । ଆମେରିକାର ଭାରତର ୧୦୦ରୁ ଅଧିକ ଦୁଲର୍ଭ ଓ ପ୍ରାଚୀନ କଳାକୃତି ଫେରାଇବାକୁ ଯାଉଛି । ଏହାକୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଚର୍ଚ୍ଚାକୁ ମଧ୍ୟ ଆଜିର ଆଲୋଚନାରେ ସ୍ଥାନ ଦେଇଥିଲେ ପ୍ରଧାନମନ୍ତ୍ରୀ । ଏଥିସହ ଦେଶରେ ଚାଲିଥବା ନିଶାମୁକ୍ତି ଅଭିଯାନକୁ ପ୍ରଂଶସା କରିଛନ୍ତି । ଅଗଷ୍ଟମାସରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମୋ ମାଟି ମୋ ଦେଶ ଅଭିଯାନ । ସହିଦଙ୍କ ଉଦ୍ଦେଶ୍ୟରେ ଆରମ୍ଭ ହେବ ଏହି ଅଭିଯାନ ।