କନକ ବ୍ୟୁରୋ : ଟୋଲ ଗେଟରେ ମାଗଣା ଯିବାକୁ ଅଡି ବସିଲେ ବିଜେଡି ନେତା । ପଇସା ମାଗିବାରୁ ଗେଟ୍ କର୍ମଚାରୀଙ୍କ ସହ ଯୁକ୍ତିତର୍କ କରି ଅଧଘଂଟା ଧରି ଯାତାୟତ ବନ୍ଦ କରିଦେଲେ । ଏମିତି ଘଟଣା ଘଟିଛି ପିପିଲି ଟୋଲ୍ ଗେଟରେ । ନେତା ଜଣକ ହେଉଛନ୍ତି ପୁରୀ ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ କଥା ବିଜେଡି ନେତା ଶଙ୍କର ପରିଡା । ତାଙ୍କ କହିବା କଥା ହେଲା ପୁରୀ- ଭୁବନେଶ୍ୱର ସେ ପ୍ରତିଦିନ ଯା’ sଆସ କରନ୍ତି, ତେଣୁ ଗେଟରେ ପ୍ରତିଦିନ ପଇସା ଦେଇ ପାରିବେନି ।
Kanak News is now on WhatsApp
Join and get latest news updates delivered to you via WhatsApp
ହେଲେ ଗେଟ୍ କର୍ମଚାରୀ ତାଙ୍କୁ ଛାଡି ନଥିଲେ । ସେପଟେ ଯୁକ୍ତିତର୍କ ଭିତରେ ଦୁଇପଟୁ ଶହ ଶହ ଗାଡି ଅଟକି ରହିଥିଲା । ଶେଷରେ ଯାତ୍ରୀମାନେ ଗାଡିରୁ ଓହ୍ଲାଇ ନେତାଙ୍କୁ ଘଏରିବା ପରେ ସେ ପଇସା ଦେଇ ସେହି ଜାଗା ଛାଡିଥିଲେ । ସେପଟେ ଏହି ଘଟଣାକୁ ଖଣ୍ଡନ କରିଛନ୍ତି ବିଜେଡି ନେତା ଶଙ୍କର ପରିଡା ।
ଦେଖନ୍ତୁ ଏହି ଭିଡିଓ –