ଭୁବନେଶ୍ୱର ତହସିଲ କାର୍ଯ୍ୟାଳୟକୁ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଚାନକ ଗସ୍ତ: କହିଲେ, ତହସିଲରେ ଚଳିବନି ପିସି କାରବାର, ପ୍ରମାଣ ମିଳିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

395

କନକ ବ୍ୟୁରୋ: ପିସି କାରବାର କିମ୍ବା ଦୁର୍ନୀତିରେ ଲିପ୍ତ ଥିବା ଅଧିକାରୀ ହୋଇ ଯାଆନ୍ତୁ ସାବଧାନ। ପ୍ରମାଣ ମିଳିଲେ ଗ୍ରହଣ କରାଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ପୁରୁଣା ଦୁର୍ନୀତିର ମଧ୍ୟ ପ୍ରମାଣ ମିଳିଲେ ଆକ୍ସନ ନିଆଯିବ ବୋଲି କହିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ୱ ମନ୍ତ୍ରୀ ଆଜି ଅଚାନକ ଭୁବନେଶ୍ୱର ତହସିଲ କାର୍ଯ୍ୟାଳୟ ପରିଦର୍ଶନରେ ଆସି ସାଧାରଣ ଲୋକ, ଓକିଲ ଓ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ତହସିଲରେ କିଭଳି କାର୍ଯ୍ୟ ହେଉଛି, କିପରି ଲୋକେ ସେବା ପାଉଛନ୍ତି , ଅଭିଯୋଗ ନେଇ ମଧ୍ୟ ଆଲୋଚନା କରିଥିଲେ ମନ୍ତ୍ରୀ । ଖୁବଶୀଘ୍ର ଭୂମି, ଘର, ଜାତି ଭଳି ପ୍ରମାଣପତ୍ର ଆବେଦନ ଓ ମିଳିବା ନେଇ ସମୟସୀମା ଧାର୍ଯ୍ୟ କରାଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଏହାସହ ସାଧାରଣ ଲୋକେ ଯେପରି ତହସିଲ କାର୍ଯ୍ୟାଳୟରେ ହଇରାଣ ନହେବ ଏବଂ ସୁବିଧାରେ ସେବା ପାଇପାରିବେ ସେନେଇ ଏକ ରୂପରେଖ ପ୍ରସ୍ତୁତ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ଅଭିଯୋଗ ଏବଂ ବ୍ୟବସ୍ଥା ନେଇ ଯଦି କୌଣସି ଭଲ ଉପାୟ ଥିଲେ ମନ୍ତ୍ରୀଙ୍କୁ ସିଧାସଳଖ ଭେଟି ଜଣାଇବାକୁ କହିଛନ୍ତି ମନ୍ତ୍ରୀ।