ଆତଙ୍କ ଖେଳାଇଲାଣି ଆଖିଧରା ରୋଗ: ବଜାରରେ ମିଳୁନି ଆଇଡ୍ରପ ଓ ଔଷଧ

1,090

କନକ ବ୍ୟୁରୋ: ଗାଁରୁ ସହର ଯାଏଁ ଏବେ ଚାରିଆଡେ ବ୍ୟାପୁଛି ଆଖିଧରା ରୋଗ । ପ୍ରଥମେ ବିନ୍ଧାଟଣା, ତା ପରେ ଆଖିରୁ ପାଣି ବାହାରୁଛି, ଆଉ ରାତି ପାହିଲାବେଳକୁ ଆଖିଧରା ରୋଗ । ସ୍କୁଲ ଛାତ୍ରଛାତ୍ରୀଙ୍କ ଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଆଖିଧରା ରୋଗରେ ପୀଡିତ ହୋଇଛନ୍ତି । ଆଉ ଆଖିଧରା ରୋଗ ହେଲେ ରୋଗୀକୁ ଡାକ୍ତର ଆଇଡ୍ରପ ପକାଇବାକୁ ପରାମର୍ଶ ଦେଉଛନ୍ତି ତେଣୁ ଔଷଧ ଦୋକାନଗୁଡିକରେ ବଢିଛି ଆଇ ଡ୍ରପ ବିକ୍ରି ସଂଖ୍ୟ। । କିନ୍ତୁ କଟକରେ ଏହି ଆଇଡ୍ରପ ଓ ଔଷଧ ମିଳୁନଥିବା ଦେଖାଦେଇଛି ।

-କଟକରେ ଏବେ ଦିନକୁ ଶହେରୁ ଅଧିକ ଆଇଡ୍ରପ ବିକ୍ରି ହେଉଛ
-ଚାହିଦା ବଢିଥିବାରୁ ଅଧିକାଂଶ ଦୋକାନରେ ଆଇଡ୍ରପ ମିଳୁନାହିଁ
-ଡିଷ୍ଟ୍ରିବ୍ୟୁଟରଙ୍କ ପାଖରେ ଆବଶ୍ୟକ ମୁତାବକ ଆଇଡ୍ରପ ନାହିଁ

ସବୁଠାରୁ ବଡ କଥା ହେଲା ଡାକ୍ତର ଲେଖୁଥିବା ଡ୍ରପ ମଧ୍ୟ ଔଷଧ ଦୋକାନରେ ମିଳୁନଥିବା କହିଛନ୍ତି ଔଷଧ ଦୋକାନୀ । ଆଖିଧରା ରୋଗ ଏବେ ସ୍କୁଲଗୁଡିକରେ ଭୟଙ୍କର ଭାବେ ବଢିଛି । ବିଶେଷକରି ଟ୍ୱିନସିଟିରେ ଘରୋଇ ଓ ସରକାରୀ ସ୍କୁଲରେ ଏହି ରୋଗ ବ୍ୟାପୁଛି । ଆଉ ଏହି ସମୟରେ କଟକରେ ଚଷମା ବିକ୍ରି ହଠାତ ବଢିଯାଇଛି । ବିଶେଷକରି ଛୋଟ ପିଲାଙ୍କ ଆଖି ଅଧିକ ଧରୁଥିବାରୁ ପିଲାଙ୍କ ଚଷମାର ବିକ୍ରୀ ଅଧିକ ବଢିଛି । ପୂର୍ବରୁ ସହରରେ ଯେତିକି ଚଷମା ବିିକ୍ରି ହେଉଥିଲା ଏବେ ଏହାର ସଂଖ୍ୟା ବହୁ ପରିମାଣରେ ବଢିଛି । ସବୁଠାରୁ ବଡ କଥା ହେଲା, ଆଖିଧରା ରୋଗୀ, ଡାକ୍ତରଙ୍କ ବିନା ପରାମର୍ଶରେ ଆଇଡ୍ରପ ଓ ଔଷଧ ବ୍ୟବହାର କରୁଛନ୍ତି । ତେଣୁ

-ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ କିମ୍ବା ଆଇଡ୍ରପ ବ୍ୟବାର କରନ୍ତୁ ନାହିଁ
-ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ, ତଉଲିଆ ଓ ତକିଆ ବ୍ୟବହାର କରନ୍ତୁ ନାହିଁ
-ନିଜର ଚଷମା ନିୟମିତ ସଫା ରଖନ୍ତୁ
-ସୁଇମିଂ ପୁଲ ଓ ପୋଖରୀରେ ମୁହିଁ ନ ବୁଡାଇବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ପରାମର୍ଶ ଦେଇଛନ୍ତି ।