ପଞ୍ଚାୟତ ଫଇସଲା, ଆସିଲା ପ୍ରଥମ ଦିନ ଗଣତିର ଫଳାଫଳ, ୩୧୫ ଜୋନରୁ ୨୫୬ ଜୋନର ଫଳାଫଳ ପ୍ରକାଶ କଲେ SEC… ପଢ଼ନ୍ତୁ

132

କନକ ବ୍ୟୁରୋ: ପଞ୍ଚାୟତ ଫଇସଲା ପ୍ରଥମ ଦିନର ଗଣତିରେ ବିଜେଡି ଆଗୁଆ । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ, ପ୍ରଥମ ଦିନ ଗଣତିରେ ୩୨୫ ଜୋନରୁ ୨୫୬ ଜୋନର ଫଳାଫଳ ପ୍ରକାଶ କରାଯାଇଛି । ସେଥିମଧ୍ୟରୁ ୨୩୦ ଜୋନରେ ବିଜେଡି ବିଜୟ ହୋଇଛି । ୧୨ଟି ଜୋନରେ କଂଗ୍ରେସ ଓ ୧୦ଟିରେ ବିଜେପି ବାଜିମାତ୍ କରିଥିବା ୨ଟି ଜୋନରେ ସ୍ୱାଧିନ ପ୍ରାର୍ଥୀ ବିଜୟ ହୋଇଛନ୍ତି । ସେହିଭଳି ୨ଟି ଜୋନ୍ ଅନ୍ୟାନ୍ୟ ପ୍ରାର୍ଥୀଙ୍କ ଖାତାକୁ ଯାଇଛି ।<

/p>

ଅନ୍ୟପଟେ ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନରେ ୩୦୫ ଜିଲ୍ଲାପରିଷଦ ଜୋନର ହେବ ଭୋଟ ଗଣତି । ପ୍ରଥମ ଦିନ ଗଣତିରେ ବିଜେଡି ଭଲ ପ୍ରଦର୍ଶନ କରିଥିବାରୁ ଦ୍ୱିତୀୟ ଦିନର ଗଣତି ଉପରେ ସମସ୍ତଙ୍କ ନଜର ରହିଛି । ପ୍ରଥମ ଦିନର ୩୧୫ଟି ଜୋନରେ ଗଣତି ହୋଇଛି । ଶେଷ ଖବର ଯାଏ, ବିଜେଡି ୨୮୦ଟି ଜିଲ୍ଲା ପରିଷଦ ଜୋନ୍ରେ ଆଗୁଆ ଥିବାବେଳେ ବିଜେପି ୧୫ଟିରେ ଆଗୁଆ ରହିଛି, କଂଗ୍ରେସ ୧୬ଟିରେ ଆଗୁଆ ରହିଛି ଏବଂ ଅନ୍ୟପ୍ରାର୍ଥୀମାନେ ୫ଟି ଜୋନରେ ଆଗରେ ରହିଛନ୍ତି । ପ୍ରଥମ ଦିନ ଗଣତି ସୁଦ୍ଧା ପ୍ରାୟ ୧୬ଟି ଜିଲ୍ଲାରେ ବିଜେପି ଖାତା ଖୋଲି ନଥିବାବେଳେ ୨୨ଟି ଜିଲ୍ଲାରେ କଂଗ୍ରେସ ଖାତା ଖୋଲିପାରିନି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୨୦୧୭ ପଂଚାୟତ ନିର୍ବାଚନରେ ଯେଉଁଠି ବିଜେପି ଭଲ ପ୍ରଦର୍ଶନ କରିଥିଲା ଏବଂ ପରବର୍ତୀ ସମୟରେ ସରକାର ବିରୋଧୀ ପ୍ରସଙ୍ଗ ସୃଷ୍ଟି ହୋଇଥିଲା, ସବୁ ସ୍ଥାନରେ ବିଜେଡି ଭଲ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି ।