କୋଟିଆରେ ସର୍ବଦଳୀୟ ପ୍ରାର୍ଥୀଙ୍କୁ ଝଟକା । ବିପୁଳ ଭୋଟରେ ବିଜୟୀ ହେଲେ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ

102

କନକ ବ୍ୟୁରୋ : ଆନ୍ଧ୍ର ଓ ଓଡିଶା ବିବାଦ ଭିତରେ କୋଟିଆ ପଞ୍ଚାୟତ ନିର୍ବାଚନର ଗଣତି ହୋଇଛି । ଏଠାରେ ଆଶ୍ଚର୍ଯ୍ୟଜନକ ଭାବେ ସର୍ବଦଳୀୟ ପ୍ରାର୍ଥୀଙ୍କୁ ପରାଜିତ କରିଛନ୍ତି ସ୍ୱାଧିନ ପ୍ରାର୍ଥୀ ଟିକାଇ ଗେମେଲ । ସର୍ବଦଳୀୟ ପ୍ରାର୍ଥୀଙ୍କ ଠାରୁ ଟିକାଇ ଗେମେଲ ୩ହଜାର ୭୧୦ ଭୋଟରେ ବିଜୟୀ ହୋଇଛନ୍ତି । ଜନତା ଆଶିର୍ବାଦ ଦେଇଛନ୍ତି, ଆଗକୁ କୋଟିଆ ଗ୍ରାମପୁଞ୍ଜର ବିକାଶ ପାଇଁ କାମ କରିବି ବୋଲି କହିଛନ୍ତି, ଟିକାଇ ଗେମେଲ ।
କୋଟିଆରେ ଫେଲ ମାରିଛି ସର୍ବଦଳିୟ ବାର୍ତ୍ତା । ବୋଧ ହୁଏ କୋଟିଆବାସୀଙ୍କୁ ଏହା ପ୍ରଭାବିତ କରିପାରିନି । ବିଭିନ୍ନ ଦଳ ଏକାଠି ହୋଇ ରାଲି, ବୈଠକ ଉପରେ ବୈଠକ କରିଥିଲେ ବି ଫେଲ ମାରିଛି ସବୁ ରଣନୀତି । ସର୍ବଦଳୀୟ ପ୍ରାର୍ଥୀଙ୍କୁ ଛାଡି ସ୍ୱାଧୀନ ପ୍ରାର୍ଥୀଙ୍କୁ ଚୟନ କରିଛନ୍ତି କୋଟିଆବାସୀ