ପାକିସ୍ତାନର ଭାରତ ପ୍ରେମ । ଟିମ୍ ଇଣ୍ଡିଆ ସପକ୍ଷରେ ନାରାବାଜି କଲେ ପାକ୍ ସମର୍ଥକ, ଭାରତ ଜିତିଲେ ସେମିଫାଇନାଲ ଯାଇପାରେ ପାକିସ୍ତାନ ।

290

କନକ ବ୍ୟୁରୋ : ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱିଙ୍କ ମୁହଁରେ ପ୍ରଶଂସା । ଭାରତ ସପକ୍ଷରେ ନାରା ଲଗାଇଛନ୍ତି ପାକିସ୍ତାନୀ ସମର୍ଥକ । କଥାଟି ଅବିଶ୍ୱାସ ଲାଗୁଥିଲେ ବି ସତ । ଏଭଳି ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି କ୍ରିକେଟ୍ ଷ୍ଟାଡିୟମରେ । ୱାର୍ଲଡ କପ୍ ସେମିଫାଇନାଲ ଟିକେଟ୍ ପାଇଁ ଭାରତର ବିଜୟ କାମନା କରିଛନ୍ତି ପାକିସ୍ତାନୀ ସମର୍ଥକ । ପଏଂଟ ଟେବୁଲର ଗଣିତରେ ଛନ୍ଦି ହୋଇ ପାକିସ୍ତାନୀ ଭାରତର ଚିୟର୍ସ କରିଛନ୍ତି ।

ପାକିସ୍ତାନର ଭାରତ ପ୍ରେମ । ଇଣ୍ଡିଆ ସମର୍ଥନରେ ପାକିସ୍ତାନୀ ଫ୍ୟାନ୍ । ଭାରତର ନାଁ ଶୁଣିଲେ ନାକ ଟେକୁଥିବା ପାକିସ୍ତାନୀଙ୍କ ମୁହଁରେ ଇଣ୍ଡିଆ-ଇଣ୍ଡିଆ ନାରା ଶୁଣିଲା ବେଳକୁ ଯେ, କେହିବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ୍ । ହେଲେ କ୍ରିକେଟ୍ ବିଶ୍ୱକପରେ ଭାରତର ଫଳାଫଳ ଉପରେ ଯେତେବେଳେ ପାକିସ୍ତାନର ଭାଗ୍ୟ ନିର୍ଭର କରୁଛି, ସେତେବେଳେ ଇଣ୍ଡିଆ ଇଣ୍ଡିଆ ନାରା ଦେବା ବ୍ୟତୀତ ପାକିସ୍ତାନୀ କ୍ରିକେଟ୍ ସମର୍ଥକଙ୍କ ପାଖରେ ଆଉ କୌଣସି ଚାରା ନାହିଁ । ଭାରତ-ଇଂଲଣ୍ଡ ମ୍ୟାଚ୍ ପୂର୍ବରୁ ପାକିସ୍ତନର ପୂର୍ବତନ କ୍ରିକେଟର ତଥା କମେଣ୍ଟ୍ରେଟେର ଯେତେବେଳେ ପାକିସ୍ତାନୀ ଫ୍ୟାନଙ୍କ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ, ସେତେବେଳେ ସେମାନଙ୍କ ମୁହଁରୁ ବାହାରି ଆସିଥିଲା ଇଣ୍ଡିଆ ଇଣ୍ଡିଆ ନାରା ।

ଆଉ ଏପଟେ ଭାରତ-ଇଂଲଣ୍ଡ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଟସ୍ ପଡ଼ିବା ସମୟରେ ଠିକ୍ ଏହି କଥା ହିଁ ଟିଭି ଉପସ୍ଥାପକ ମାଇକ୍ ଆଥେରଟନ୍, ଟିମ୍ ଇଣ୍ଡିଆର କ୍ୟାପଟେନଙ୍କୁ ପଚାରିଥିଲେ । ଟିମ୍ ଇଣ୍ଡିଆକୁ ପାକିସ୍ତାନୀ ଫ୍ୟାନଙ୍କ ସମର୍ଥନକୁ ବିରାଟ୍ କୋହଲି ଏକ ବିରଳ ଉଦହାରଣ ବୋଲି କହୁଥିବା ବେଳେ ଏହାକୁ ନେଇ ସୋସିଆଲ ମିଡ଼ିଆରେ ଜୋର ଧରିଛି ଚର୍ଚ୍ଚା ।

ଅଭିଶେକ ଯାଦବ: ନାମକ ଜଣେ ବ୍ୟକ୍ତି ଟ୍ୱିଟର୍ରେ ଲେଖିଛନ୍ତି,
– ୧୯୪୭ରେ ଭାରତ ଇଂଲଣ୍ଡକୁ ପରାସ୍ତ କରିବା ପରେ ହିଁ ପାକିସ୍ତାନ ଆସିଲା । ୨୦୧୯ରେ
ଭାରତ, ଇଂଲଣ୍ଡକୁ ହରାଇବା ପରେ ହିଁ ପାକିସ୍ତାନ ଆସିବ । ୟାକୁ କୁହନ୍ତି, ବାପା-ପୁଅର ସଂପର୍କ ।

ସାରା ଅଲ୍ଲି ଖାନ୍: ଲେଖିଛନ୍ତି,
-ପାକିସ୍ତାନ ଲୋକ ଏବେ ଭାରତ ପାଇଁ ପ୍ରାର୍ଥନା କର

ସୋସିଆଲ ମିଡ଼ିଆରେ ଏଭଳି ଅନେକ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଏହା ସହ ପାକ୍-ସପୋଟ୍-ବାପ୍ ନାଁରେ ସୋସିଆଲ ମିଡ଼ିଆରେ ଚାଲିଛି ଜୋରଦାର ଚର୍ଚ୍ଚା ।