ପାକିସ୍ତାନକୁ ଭାରତର କଡା ଜବାବ! ଯେସାକୁ ତେସା ନୀତିରେ ଏଲଓସି ନିକଟସ୍ଥ ୨ଆର୍ମି କ୍ୟାମ୍ପ ଉପରକୁ ଆକ୍ରମଣ

32

କନକ ବ୍ୟୁରୋ: ପାକିସ୍ତାନକୁ କଡା ଜବାବ ଦେଇଛି ଭରତୀୟ ସେନା । ଭାରତୀୟ ଯବାନମାନେ ଏଲଓସିରେ ଅବସ୍ଥିତି ପାକିସ୍ତାନର ୨ଟି ଆର୍ମି ପୋଷ୍ଟ ଉପରେ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ୭ଜଣ ପାକ୍ ସେନା ନିହତ ହୋଇଛନ୍ତି । ପାକିସ୍ତାନର ବର୍ଡର ଆକ୍ସନ ଟିମ୍ ସୀମାରେ ହୋଇଥିବା ଆତଙ୍କବାଦୀଙ୍କ ଅନୁପ୍ରବେଶ କରିବାରେ ସହଯୋଗ କରିଥିଲା । ଫଳରେ ଆତଙ୍କବାଦୀମାନେ ସୀମା ଭିତରକୁ ପଶି ଆସି ଭାରତର କିରପାନ ଓ ପିମ୍ପେର ଆର୍ମି କ୍ୟାମ୍ପ ଉପରକୁ ଆକ୍ରମଣ କରିଥିଲେ ।

ଜମ୍ମୁ କଶ୍ମୀର ପୁଂଚ ସେକ୍ଟର ମଣ୍ଡେରରେ ଥିବା ସେନା ଶିବିରକୁ ଟାର୍ଗେଟ କରି ପାକିସ୍ତାନ ରକେଟ ଲଂଚର ଓ ଗୁଳିଚାଳନା କରିଥିଲା । ଘଟଣାରେ ସେନାର କନିଷ୍ଠ ଅଧିକାରୀ ଓ ବିଏସଏଫର ଜଣେ ହେଡ କନେଷ୍ଟବଳ ସହିଦ ହୋଇଛନ୍ତି । ତେବେ ଏହି ସହୀଦ ଯବାନଙ୍କର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗକୁ କାଟିନେଇ କ୍ଷତବିକ୍ଷତ କରିଛନ୍ତି ପାକିସ୍ତାନୀ ସେନା ।

ଦୁଇ ଯବାନଙ୍କ ମୃତ ଶରୀରକୁ ଅତି ବିଭତ୍ସ ଭାବେ ବିକୃତ କରିବା ପରେ ଭାରତୀୟ ସେନା ପ୍ରତିଶୋଧ ନେବାକୁ ନିଷ୍ପତି ନେଇଛି । ସେନାର ନର୍ଦନ କମାଂଡ ଏକ ପ୍ରେସ ରିଲିଜ୍ରେ କହିଛି, ଏହି ଘୃଣ୍ୟ କାର୍ଯ୍ୟ ପାଇଁ ପାକିସ୍ତାନକୁ ଉଚିତ ଜବାବ ଦିଆଯିବ । ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲି ମଧ୍ୟ ପ୍ରତିକ୍ରିୟା ଦେଇ କହିଛନ୍ତି, ଭାରତୀୟ ସେନା ଠିକ୍ ସମୟରେ ଏହାର ଜବାବ ଦେବ ।