ପାକିସ୍ତାନକୁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ଚେତାବନୀ । କହିଲେ ଦେଶ ଉପରେ ଆକ୍ରମଣ କରିବା ପାଇଁ ଚେଷ୍ଟା କଲେ ସୁଧମୁଳ ସହ ତାହାର ଦିଆଯିବ ହିସାବ

24

କନକ ବ୍ୟୁରୋ : ବର୍ତମାନ ପରିସ୍ଥିତିରେ ଭାରତ ଓ ପାକ ସୀମାରେ ପୁଣି ଥରେ ଅସ୍ଥିରତା ଦେଖାଗଲାଣି । ଆଜି ଭୋରରୁ ହିଁ ଆତଙ୍କବାଦୀ ଓ ଯବାନଙ୍କ ମଧ୍ୟରେ ଗୋଳିବିନିମୟ ହୋଇ ୩ ଜଣ ଆତଙ୍କବାଦ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି । ତେବେ ମିଳିଥିବା ସୂଚନା ଅନୁସାରେ ପୁଣି ଥରେ ପାକିସ୍ତାନକୁ ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ଚେତାବନୀ ଦେଇଛନ୍ତି । ଏଥର ସିଧାସଳଖ ପାକିସ୍ତାନ ସୀମାକୁ ଆତଙ୍କୀ ପଠାଇ ଭାରତକୁ ଅସ୍ଥିର କରିବା ଆରୋପ ଲଗାଇଛନ୍ତି ରାଜନାଥ ସିଂ ।

 

ଏହା ସହ ରାଜନାଥ ଜାମ୍ମୁକାଶ୍ମୀର ସୀମାରେ ଥିବା ସୁରକ୍ଷାକର୍ମୀଙ୍କୁ ପ୍ରଥମେ କାହାରି ଉପରକୁ ଗୁଳି ନଚଲେଇବାକୁ ପରାମର୍ଶ ଦେଇଛନ୍ତି । ପାକିସ୍ତାନ ଆମ ପଡ଼ୋଶୀ ତେଣୁ ଆମେ ପ୍ରଥମେ ଗୁଳି ଚଳାଇବା ଠିକ ହେବ ନାହିଁ ବୋଲି ଭାରତୀୟ ସୁରକ୍ଷାକର୍ମୀଙ୍କୁ କହିଛନ୍ତି ରାଜନାଥ । ଯଦି ପାକିସ୍ତାନ ପଟୁ ଗୁଳି ଚାଲେ ତାର ଜବାବ ସୁଧ ମୁଳରେ ଭାରତ ସେନା ଦେବ ବୋଲି ରାଜନାଥ କହିଛନ୍ତି । ଆନ୍ଧ୍ର-ପ୍ରଦେଶର ଗୁଂଟୁରରେ ଜନସଭାକୁ ସମ୍ବୋଧିତ କରିବା ସମୟରେ ରାଜନାଥ ଏହି ମନ୍ତବ୍ୟ ଦେଇଛନ୍ତି । କହିଛନ୍ତି ପାକିସ୍ତାନ ସୁଧୁରିବା ନାଁ ଧରୁନି ବାରମ୍ବାର ସୀମାରେ ଆତଙ୍କବାଦୀ ପଠାଉଛି । କିନ୍ତୁ ଭାରତ ଆତଙ୍କବାଦୀକୁ ସାମ୍ନା କରିବା ପାଇଁ ଲଢ଼ିବା ପାଇଁ ମଧ୍ୟ ସଜାଗ ଅଛି ବୋଲି କହିଛନ୍ତି ରାଜନାଥ ।

 

ଏହା ସହ ଯବାନ, ସୁରକ୍ଷାକର୍ମୀ, ଏବଂ ଜାମ୍ମୁ କାଶ୍ମୀର ପୋଲିସକୁ ପ୍ରଶଂସା କରିଛନ୍ତି ଗୃହମନ୍ତ୍ରୀ । ଏହା ପୂର୍ବରୁ ଗୁରୁଗ୍ରାମ ରେ ମଧ୍ୟ ରାଜନାଥ ପାକିସ୍ତାନକୁ ଟାର୍ଗେଟ କରିଥିଲେ । ତେବେ ଭାରତ କେବେ ହେଲେ କୌଣସି ଦେଶର ସୀମାରେ ଅନୁପ୍ରବେଶ କର ନଥିବା ସମୟରେ କାହାରି ଉରରକୁ ମଧ୍ୟ ଗୁଳିମାରେ ନାହିଁ ହେଲେ ଦେଶ ଉପରେ ଯଦି କେହି ଆକ୍ରମଣ କରେ ତେବେ କୌଣସି ପରିସ୍ଥିତିରେ ତାହାକୁ ଛଡାଯିବ ନାହିଁ କହିବା ସହ ସୁଧମୂଳ ସହ ତାହାର ଜବାବ ଦିଆଯିବ ବୋଲି ରାଜନାଥ ସିଂ କହିଛନ୍ତି ।