ଶ୍ରୀଲଙ୍କା ଭଳି ପାକିସ୍ତାନ ଦେବାଳିଆ ! ଶେଷ ହେଉଛି ବିଦେଶୀ ମୁଦ୍ରା ।

210

କନକ ବ୍ୟୁରୋ : ଶ୍ରୀଲଙ୍କା ଭଳି ପାକିସ୍ତାନ ବି ଦେବାଳିଆ! ପଡୋଶୀ ଶ୍ରୀଲଙ୍କା ଭଳି ପାକିସ୍ତାନ ବି ଦେବାଳିଆ ହେବା ସ୍ଥିତିରେ ପହଞ୍ଚିଛି । ପାକିସ୍ତାନ ଉପରେ ଋଣବୋଝ ବଢିଚାଲିଛି । ପାଖରେ ଥିବା ବିଦେଶୀ ମୁଦ୍ରା ମଧ୍ୟ ଦେଶ ପାଖରୁ ଶେଷ ହୋଇଚାଲିଛି । ୨୦୧୭ ଡିସେମ୍ବର ମାସରେ ପାକିସ୍ତାନ ସରକାର ଗୋଟିଏ ଆରବ ଡଲାରର ପାକିସ୍ତା ସୁକୁକୁ ବଣ୍ଡକୁ ବିକ୍ରି କରିଥିଲା । ଏଥିରେ ୫.୬୨୫ ପ୍ରତିଶତର ସୁଧ ଥିଲା ପରେ ଏହିଭଳି ବଣ୍ଡ ଉପରେ ସୁଧ ବଢି ୨୭ ପ୍ରତିଶତ ହୋଇଥିଲା । ଏହାର ଅର୍ଥ ପାକିସ୍ତାନ ଶୀଘ୍ର ଦେବାଳିଆ ହେବାର ସ୍ଥିତିରେ ପହଞ୍ଚି ସାରିଛି ।
ପାକିସ୍ତାନର ଖବରକାଗଜ ଦ ନ୍ୟୁଜର ରିପୋର୍ଟ ଅନୁସାରେ, ଗତ ଦୁଇ ସପ୍ତାହରେ ପାକିସ୍ତାନ ଡିଫୋଲ୍ଡର ହେବାର ସଙ୍କଟ ଦେଖାଦେଇଛି । ଷ୍ଟେଟ ବ୍ୟାଙ୍କ ଅଫ୍ ପାକିସ୍ତାନ କହିଛି ୨୦୨୨ ଜୁନର ଶେଷ ସୁଦ୍ଧା ପାକିସ୍ତାନ ଉପରେ ୪.୮୮୯ ଅରବ ଡଲାରର ବାକି ରହିଛି । ଏଥିରେ ପାକିସ୍ତାନର ଚାଲୁ ରହିଥିବା ଖାତା ବି ବାକି ବଢିବଢି ଚାଲିଛି । ଅନୁମାନ କରାଯାଉଛି ଯେ ପାକିସ୍ତାନର ଚାଲୁ ଖାତାରେ ବାକି ୩ ଅରବ ଡଲାର ହୋଇଯିବ ।

ଶେଷ ହେଉଛି ବିଦେଶୀ ମୁଦ୍ରା
ପାକିସ୍ତାନ ଦେବାଳିଆ ହେବାର ଦିଗରେ ଆଗକୁ ବଢିଚାଲିଛି । ବିଦେଶୀ ମୁଦ୍ରା ଭଣ୍ଡାର ଟଙ୍କା ଶେଷ ହେବାରେ ଲାଗିଛି । ଅଗଷ୍ଟ ୨୦୨୧ରେ ପାକିସ୍ତାନ ଷ୍ଟେଟ ବ୍ୟାଙ୍କ ପାଖରେ ବିଦେଶୀ ମୁଦ୍ରା ଭଣ୍ଡାରରେ ୨୦ ଅରବ ଡଲାର ଟଙ୍କା ଥିଲା । ୯ ମାସରେ ଏହା କମି ୧୦.୧ ଅରବ ଡଲାରରେ ପହଞ୍ଚିଛି । ଗତ ଆଠ ସପ୍ତାହରେ ଷ୍ଟେଟ ବ୍ୟାଙ୍କରୁ ପାଖାପାଖି ୬ ଅରବ ଡଲାର ବିଦେଶୀ ମୁଦ୍ରା ଶେଷ ହୋଇଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ବ୍ୟାଙ୍କ ପାଖରେ ବିଦେଶୀ ଋଣ ସୁଝିବା ଏବଂ ଚାଲୁ ଖାତାରେ ଥିବା ଋଣ ସୁଝିବା ପାଇଁ ଟଙ୍କା ଭଣ୍ଡାରରେ ନାହିଁ । ତେବେ ଯଦି ପାକିସ୍ତାନକୁ ଯଦି କୌଣସି ବଡ ବିତ୍ତୀୟ ସହାୟତା ମିଳେ ତେବେ ନିଜକୁ ଡିଫୋଲ୍ଡର ହେବାରୁ ବଞ୍ଚାଇପାରିବ । ପାକିସ୍ତାନର ଖରାପ ଆର୍ଥିକ ସ୍ଥିତି ଯୋଗୁ ଦେଶରେ ରାଜନୈତିକ ପରିବର୍ତ୍ତନ ଦେଖାଦେଇଛି । ପିଟିଆଇର ଇମରାନ ସରକାର ଦରବୃଦ୍ଧି ରୋକିପାରିନଥିଲେ । ଖରାପ ଅର୍ଥବ୍ୟବସ୍ଥା କାରଣରୁ ତାଙ୍କୁ ଶାସନ କ୍ଷମତାରୁ ହଟାଇ ଦିଆଯାଇଥିଲା ।

ପାକିସ୍ତାନ ଦେବାଳିଆ ହେଲେ କ’ଣ ହେବ?
ଯଦି ପାକିସ୍ତାନ ଶ୍ରୀଲଙ୍କା ଭଳି ଦେବାଳିଆ ହୁଏ ତେବେ ଦେଶକୁ ଅଧିକ କ୍ଷତି ସହିବାକୁ ପଡିବ । କୌଣସି ଦେଶ ଡିଫୋଲ୍ଡର ଘୋଷିତ ହେବା ଦ୍ୱାରା ଅନ୍ତରାଷ୍ଟ୍ରୀୟ ନିବେଶକ ସେହି ଦେଶ ଉପରେ ଭରସା କରନ୍ତି ନାହିଁ । ଏହା ଦ୍ୱାରା ଦେଶର ସମ୍ମାନ ଉପରେ ପ୍ରଶ୍ନସୃଷ୍ଟି ହୁଏ । ବିଦେଶୀ ଋଣ ନେବା ପାଇଁ ମଧ୍ୟ ଦେଶକୁ ସମସ୍ୟାର ସାମ୍ନା କରିବାକୁ ପଡିବ । ଯଦି ବି ଋଣ ମିଳିବ ତେବେ ଅଧିକ ସୁଧହାରରେ ଋଣ ମିଳିବ । ଦେବାଳିଆ ଘୋଷିତ ହେବା ପରେ ଦେଶର ମୁଦ୍ରାର ଛବି ମଧ୍ୟ ଖରାପ ହୋଇଥାଏ । ବିଦେଶରେ ସେହି ଦେଶରମୁଦ୍ରା ଉପରୁ ମଧ୍ୟ ଭରସା ହଟିଯାଇଥାଏ ।