ଲଣ୍ଡନରୁ ଚୋରୀ ହୋଇଥିଲା ଏହି ଦାମୀ କାର ବେଣ୍ଟଲେ ମୁଲସନ୍ନେ । ଏବେ କରାଚୀରୁ ହେଲା ଜବତ୍

186

କନକ ବ୍ୟୁରୋ :  ଲଣ୍ଡନରୁ ଚୋରୀ ହୋଇଥିବା ବେଣ୍ଟଲେ ମୁଲସନେ କମ୍ପାନୀର ଏକ ଦାମୀ କାରକୁ ପାକିସ୍ତାନର କରାଚୀରୁ ଜବତ କରାଯାଇଛି । ଏନେଇ ବ୍ରିଟିସ ଆଇନ ପ୍ରବର୍ତ୍ତନ ଏଜେନ୍ସି ସୂଚନା ଦେଇଛି । ସୂଚନା ମୁତାବକ ପାକିସ୍ତାନ ସୀମାଶ୍ଳୁକ ବିଭାଗ ଶନିବାର ଦିନ କରାଚୀରୁ ଏକ ଦାମୀ କାର ଜବତ କରିଛିା ଏହି କାରଟି କରାଚୀ ନିକଟ ଡିଏଚଏ ଅଞ୍ଚରେ ଥିବା ଏକ କାର ପାର୍କିଂରେ ଦେଖିବାକୁ ମିଳିଥିଲା । ଏନେଇ ସୀମାଶ୍ଳୁକ ବିଭାଗକୁ ସୂଚନା ଦିଆଯାଇଥିଲା । ଏହାପରେ ଚୋରୀ କାରର ଖବର ନେବାକୁ ଅନୁସନ୍ଧାନ କରାଯାଇଥିଲା । ଏହାପରେ କୋର୍ଟଙ୍କ ଆଦେଶ କ୍ରମେ ସୀମାଶ୍ଳୁକ ବିଭାଗ କାର ଥିବା ସ୍ଥାନରେ ଚଢାଉ କରି କାରଟିକୁ ଜବତ କରିଛି ।

ଜବତ ହୋଇଥିବା କାରଟିର ଦାମ ୩୦୦.୦୦୦ ଡଲାରରୁ ଅଧିକ । କାରଟି ଯେଉଁଠୁ ଜବତ ହେଲା ସେହି ଘରର ମାଲିକ ଓ ଚୋରୀ କରିଥିବା ବ୍ୟକ୍ତିକୁ ପୋଲିସ ହେପାଜତକୁ ନେଇଛି । ସୀମାଶ୍ଳୁକ ଅଧିକାରୀଙ୍କ କହିବା ମୁତାବକ ଗାଡିଟିର ପଞ୍ଜିକରଣ ବି ଜାଲ ।

ସେପଟେ ବ୍ରିଟେନ ଅଧିକାରୀଙ୍କ ଦ୍ୱାରା ଚୋରୀ ହୋଇଥିବା ଗାଡିର ସମସ୍ତ କାଗଜପତ୍ର ସହ ଗାଡିଟିର ଇଂଜିନ ନମ୍ବର ମିଶିଯାଇଛି । ଯାଂଚ ବେଳେ ଗାଡିଟି ଯାହା ଘରୁ ଉଦ୍ଧାର ହୋଇଛି ସେ କହିଛନ୍ତି କି ଏହି ଗାଡି ତାଙ୍କର ନୁହେଁ । ଏହାକୁ ଅନ୍ୟଜଣେ କିଣିଥିଲେ । ହେଲେ ଗାଡିର ଚାବି ହଜିଯିବାରୁ ତାକୁ ଏଠାରେ ତାର ମାଲିକ ରଖି ଯାଇଛନ୍ତି ।