କନକ ବ୍ୟୁରୋ : ଜୁନ୍ ୧ ତାରିଖରୁ ଜର୍ଜିଆରେ ଆରମ୍ଭ ହେଉଛି ଲିଟିସ୍ ମିସ୍ ୟୁନିଭର୍ସ ପ୍ରତିଯୋଗିତା । ଏହି ବିଶ୍ୱସ୍ତରୀୟ ପ୍ରତିଯୋଗୀତାର ଶେଷ ପର୍ଯ୍ୟାୟରେ ଶ୍ରେଷ୍ଠ ୧୫ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଓଡିଆ ଝିଅ ପଦ୍ମାଳୟା ନନ୍ଦ । ତେବେ ବିଶ୍ୱ ଦରବାରରେ ଭାରତକୁ ପ୍ରତିନିଧିତ୍ୱ ପାଇଁ ସେ ଏକାକି ହୋଇପଡିଛନ୍ତି । କାରଣ , ଏହି ବିଶ୍ୱ ସ୍ତରୀୟ ପ୍ରତିଯୋଗୀତା ପାଇଁ ଭାରତ ସରକାର କିମ୍ବା ଓଡିଶା ସରକାର କାହାର ନିଘା ନାହିଁ । ତେଣୁ ବ୍ୟକ୍ତିଗତ ସ୍ତରରେ କିଭଳି ଏହି ବିଶ୍ୱସ୍ତରୀୟ ପ୍ରତିଯୋଗୀତାରେ ଭାରତକୁ ପ୍ରତିନିଧିତ୍ୱ କରିବେ ସେନେଇ ଚିନ୍ତାରେ ଅଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ମିସ୍ ୟୁନିଭର୍ସ ପରି ବିଶ୍ୱସ୍ତରୀୟ ସୁନ୍ଦରୀ ପ୍ରତିଯୋଗୀତାର ଆୟୋଜନ କରୁଥିବା ୟୁନାଇଟେଡ୍ କିଙ୍ଗଡମ୍ ୟୁନିଭରସାଲ୍ ପ୍ରଡକ୍ସନ ଏହି ଲିଟିଲ୍ ମିସ୍ ୟୁନିଭର୍ସ ପ୍ରତିଯୋଗୀତାର ଆୟୋଜକ । ଆଉ ଏହି ପ୍ରତିଯୋଗୀତାର ଶେଷ ପର୍ଯ୍ୟାୟ ସବୁଠାରୁ ଜଟିଳ । ବାକି ୧୪ ଟି ଦେଶ ଏହି ପର୍ଯ୍ୟାୟ ପାଇଁ ବିପୁଳ ସରକାରୀ ସହାୟତାରେ ବଡ ଧରଣର ଆୟୋଜନ କରୁଥିବା ନେଇ ସୂଚନା ମିଳୁଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ଭାରତକୁ ପ୍ରତିନିଧିତ୍ୱ କରୁଥିବା ପଦ୍ମାଳୟା ସମ୍ପୂଣ୍ଣ ଏକାକୀ ହୋଇଯାଇଛନ୍ତି ।