ଅଳ୍ପକେ ବର୍ତ୍ତିଲେ ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଅଶୋକ ଡିଣ୍ଡା, କ୍ୟାଚ୍ ଧରିବା ବେଳେ ମୁଣ୍ଡରେ ବାଜିଲା ବଲ୍! ପଡିଆରେ କିଛି ସମୟ ପାଇଁ ତଳେ ପଡିରହିଲେ ଡିଣ୍ଡା, ଦେଖନ୍ତୁ ଭିଡିଓ

275

କନକ ବ୍ୟୁରୋ : ଅଳ୍ପକେ ବର୍ତ୍ତିଲେ ପଶ୍ଚିମବଙ୍ଗର ଦ୍ରୁତ ବୋଲର ଅଶୋକ ଡିଣ୍ଡା । ସୋମବାର କୋଲକାତାର ଇଡେନ ଗାର୍ଡେନରେ ଅଭ୍ୟାସ ମ୍ୟାଚରେ କ୍ୟାଚ୍ ଧରିବାକୁ ପ୍ରୟାସ କରୁଥିବା ବେଳେ ବଲଟି ସିଧାସଳଖ ଡିଣ୍ଡାଙ୍କ ମୁଣ୍ଡରେ ବାଜିଥିଲା । ଏହି ଘଟଣା ସେତେବେଳେ ହୋଇଥିଲା ଯେତେବେଳେ ଡିଣ୍ଡାକୁ ବଲକୁ ବିରେନ୍ଦ୍ର ବିବେକ ସିଂ ଷ୍ଟ୍ରେଟ ଡ୍ରାଇଭରେ ଖେଳିଥିଲେ । ତେବେ କ୍ୟାଚ୍ ଧରିବାକୁ ଡିଣ୍ଡା ପ୍ରୟାସ କରୁଥିବା ବେଳେ ଏହା ସିଧାସଳଖ ତାଙ୍କ ମୁଣ୍ଡରେ ବାଜିଥିଲା ।


ବଲଟି ଡିଣ୍ଡାଙ୍କ ମୁଣ୍ଡରେ ବାଜିବା ପରେ ସେହିଠାରେ ହିଁ ସେ କିଛି ସମୟ ପାଇଁ ତଳେ ପଡିଯାଇଥିଲେ । ପରେ ମେଡିକାଲ ଟିମ ପଡିଆରେ ପହଞ୍ଚି ତୁରନ୍ତ ଡିଣ୍ଡାଙ୍କର ଚିକିତ୍ସା କରିଥିଲେ । ତେବେ ପଶ୍ଚିମବଙ୍ଗ କ୍ରିକେଟ ଆସୋସିଏସନ ପକ୍ଷରୁ କୁହାଯାଇଛି, ଡିଣ୍ଡାଙ୍କର ସିଟିସ୍କାନ କରାଯାଇଛି । ତେବେ ମୁଣ୍ଡରେ ଲାଗିଥିବା ଆଘାତ ସେତେ ଗୁରୁତର ନୁହେଁ । କିନ୍ତୁ ତାଙ୍କୁ ଦୁଇ ଦିନ ପାଇଁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ।

୨୧ ଫେବ୍ରୁଆରୀରେ ମୁସ୍ତ୍ାକ ଅଲ୍ଲୀ ଟି-୨୦ ଟୁର୍ଣ୍ଣାମେଣ୍ଟ କଟକର ବାରବାଟୀ ଷ୍ଟାଡିୟମରେ ମିଜୋରାମ ବିପକ୍ଷରେ ଖେଳିବାକୁ ଯାଉଛି ପଶ୍ଚିମବଙ୍ଗ । ଆଉ ଏହା ପୂର୍ବରୁ ଭିଭିଏସ ଲକ୍ଷ୍ମଣଙ୍କ ତତ୍ୱାବଧନରେ ଜୋରଦାର ଅଭ୍ୟାସ କରୁଛି ବଙ୍ଗଳା ଟିମ୍ ।