ଓଟିଇଟି ପରୀକ୍ଷାରେ କପି ଘଟଣା : ୩ଟି କେନ୍ଦ୍ର ଅଯୋଗ୍ୟ ଘୋଷିତ; ନୂଆ ପରୀକ୍ଷା ତାରିଖ ହେବ ଘୋଷଣା

160

କନକ ବ୍ୟୁରୋ : ମାଲକାନଗିରି ୩ଟି କେନ୍ଦ୍ରରେ ଓଟିଇଟି ପରୀକ୍ଷା ବାତିଲ । ପରୀକ୍ଷା ପୂର୍ବରୁ ପ୍ରଶ୍ନଉତ୍ତର ଭାଇରାଲ ହୋଇଥିଲା । ଖୁବଶୀଘ୍ର ମାଲକାନଗିରି ପାଇଁ ପରୀକ୍ଷା ତାରିଖ ଘୋଷଣା ହେବ । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୯ ତାରିଖରେ ହୋଇଥିବା ଓଟିଇଟି ପରୀକ୍ଷାରେ ବ୍ୟାପକ କପି ହୋଇଥିବା ନେଇ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶିକ୍ଷା ବିଭାଗ ଏହାକୁ ଅଯୋଗ୍ୟ ଘୋଷିତ କରିଛି ।ମାଲକାନଗିରିରେ ହୋଇଥିବା ତିନୋଟି ସେଣ୍ଟରରେ ଓଟିଇଟି ପରୀକ୍ଷା ସଂପୂର୍ଣ୍ଣ ରୂପେ ମାଲପ୍ରାକଟିସ ହୋଇଥିବା ନେଇ ବିଭାଗ କହିଛି । ତେଣୁ ଆଗାମୀ ନୋଟିଫିକେସନ ହେବା ପରେ ପୁଣି ମାଲକାନଗିରିରେ ପରୀକ୍ଷା କରାଯିବ ବୋଲି କୁହାଯାଇଛି ।

ଏହାର ସାତ ଦିନ ପୂର୍ବରୁ ପରୀକ୍ଷାର୍ଥୀମାନେ ୱେବ ସାଇଟରୁ ନିଜର ଆଡମିଟ୍ କାର୍ଡ ପାଇପାରିବେ ବୋଲି କୁହାଯାଇଛି । ତେବେ ଯେଉଁ ପିଲାମାନେ ଏଥିରେ ପାସ କରିଥିବେ ସେମାନଙ୍କୁ ଏହା ନିଶ୍ଚିତ ରୂପେ ବାଧିଥିବ ବୋଲି ଆଲୋଚନା ଜୋର ଧରିଛି ।