ସଂସଦରେ ମୋଦୀ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ । ଆଜି ନିଟ୍ ପ୍ରସଙ୍ଗ ଉଠାଇବାକୁ ଯୋଜନା ।

104

କନକ ବ୍ୟୁରୋ: ସଂସଦରେ ମୋଦୀ ସରକାରଙ୍କୁ ଘେରିବାକୁ ବିରୋଧୀ ପ୍ରସ୍ତୁତ । ଆଜି ନିଟ୍ ପ୍ରସଙ୍ଗ ଉଠାଇବାକୁ ଯୋଜନା ରଖିଛନ୍ତି ବିରୋଧୀ । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଘରେ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି ।

ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ଆଜି ଲୋକସଭାରେ ଧନ୍ୟବାଦ ଦେବାର ବିଧି ରହିଛି । ଏହାପରେ ନିଟ୍ ପ୍ରସଙ୍ଗ ଉଠାଇପାରନ୍ତି ବିରୋଧୀ । ଏଥର ବିରୋଧୀ ନୂଆ ଉତ୍ସାହ ଓ ବଳ ନେଇ ସଂସଦରେ ପହଂଚିଛନ୍ତି । ତେଣୁ ପ୍ରଥମ ଦିନରୁ ଶାସକ ଓ ବିରୋଧୀ ଦଳଙ୍କ ମଧ୍ୟ ବିତର୍କର ମଧ୍ୟ ସମ୍ଭାବନା ରହିଛି । ସେହିପରି ବିରୋଧୀ ଦଳର ସଦସ୍ୟମାନେ ସୋମବାର ସଂସଦ ପରିସରରେ ଧାରଣାରେ ବସିବାର ଯୋଜନା ରଖିଛନ୍ତି । ବିଭିନ୍ନ ତଦନ୍ତକାରୀ ସଂସ୍ଥାକୁ ମୋଦୀ ସରକାର ଅପବ୍ୟବହାର କରୁଥିବା ସେମାନେ ଅଭିଯୋଗ ଆଣିଛନ୍ତି ।