ଅପରେସନ ସ୍ୟାଡୋ ଜରିଆରେ ମାଓକ୍ୟାମ୍ପ ଠାବ : ବହୁ ପରିମାଣରେ ମାଓ ସାମଗ୍ରୀ ଜବତ

214

କନକ ବ୍ୟୁରୋ : ଅପରେସନ ସ୍ୟାଡୋ ଜରିଆରେ ମାଓକ୍ୟାମ୍ପ ଠାବ । କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ସୀମାନ୍ତ ଲେଙ୍ଗୁରି ଓ କୁଟିଗୁଡ଼ା ନିକଟ ସମାଗାଁ ଜଙ୍ଗଲରେ ଆଜି ସିଆରପିଏଫ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଏଥିରେ ମାଓକ୍ୟାମ୍ପ ଠାବ ସହ ବହୁ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି ।

ସିଆରପିଏଫ ବାଟାଲିୟନ କମାଣ୍ଡାଂଟ ଆନନ୍ଦ ଝାଙ୍କ ସୂଚନା ଅନୁସାରେ, ମାଓ କ୍ୟାମ୍ପରୁ ୩ଟି ଦେଶୀ ବନ୍ଧୁକ ଆମୋନିୟକ ନାଇଟ୍ରେଟ ୩କେଜି, ଫେକ୍ସି ତାର ୧୦ ମିଟର, ଗୋଟିଏ ୧୦ ଲିଟର ଟିଫିନ କ୍ୟାରେଜ, ୨ଟି ସେଲୋ ଟେପ, ଭୋଲ୍ଟ ବ୍ୟାଟେରି ଅନ୍ୟାନ ସାମଗ୍ରୀ ଜବତ ହୋଇଛି । ହେଲେ ସର୍ଚ୍ଚ ଅପରେସନ ବେଳେ ମାଓବାଦୀ ଘଟଣାସ୍ଥଳ ଛାଡ଼ି ଚାଲିଯାଇଥିବା ସୂଚନା ରହିଛି ।