ପାକିସ୍ତାନ ଓ ଶ୍ରୀଲଙ୍କା ଠାରୁ ମଧ୍ୟ ଏହି ଦେଶର ଆର୍ଥିକ ସ୍ଥିତି ଆହୁରି ଗମ୍ଭୀର , ପିଆଜ କିଲୋ ୧୨ଶହ ତ ଚିକେନ …

557

କନକ ବ୍ୟୁରୋ : କରୋନା ପରେ ପରେ ସାରା ବିଶ୍ୱକୁ ଏବେ ଘାରିଛି ଆର୍ଥିକ ମାନ୍ଦାବସ୍ଥା । ଏହାରି ମଧ୍ୟରେ ପ୍ରଥମେ ଶ୍ରୀଲଙ୍କା ଓ ପରେ ପାକିସ୍ତାନର ସ୍ଥିତି ଦେଖି ଆପଣ ଚକିତ ହୋଇଯାଇଥିବେ । ହେଲେ ଏହି ଦୁଇଦେଶ ଠାରୁ ଏବେ ଫିଲିପାଇନ୍ସର ସ୍ଥିତି ଆହୁରି ଗମ୍ଭୀର ହୋଇପଡିଛି । ବିଶେଷ କରି ଫିଲିପାଇନ୍ସରେ ଖାଦ୍ୟ ସାମଗ୍ରୀର ଦର ଏତେ ମହଙ୍ଗା ହୋଇପଡିଛି କି ଲୋକମାନେ ଏବେ କେବଳ ଖାଦ୍ୟ ଚିନ୍ତାରେ ରହିଛନ୍ତି । ଏଠାରେ ୨୦୨୨ ଏପ୍ରିଲମାସ ତୁଳନାରେ ପିଆଜର ଦାମ କିଲୋପ୍ରତି ୧ହଜାର ଟଙ୍କା ବୃଦ୍ଧି ପାଇଛି । ଦେଶରେ ମୁଦ୍ରାସ୍ପିତି ହାର ୧୪ ବର୍ଷ ମଧ୍ୟରେ ସବୁଠାରୁ ଉଚ୍ଚରେ ପହଂଚିଛି ।

ଫିଲିପାଇନ୍ସରେ ମୁଦ୍ରାସ୍ପିତି ହାର ବୃଦ୍ଧିଘଟି ୮.୭ପ୍ରତିଶତରେ ପହଂଚିଛି । ଏହାର ପ୍ରଭାବ ସବୁଠାରୁ ଅଧିକ ଖାଦ୍ୟ ସାମଗ୍ରୀର ଦାମ ଉପରେ ପଡିଛି । ଗୋଟିଏ କିଲୋ ପିଆଜର ଦାମ ୧୨ଶହ ଟଙ୍କାରେ ପହଂଚିଥିବା ବେଳେ କୁକୁଡା ମାଂସ ଓ ଖାସିମାଂସର ଦର ୧୦ଗୁଣାରୁ ଅଧିକ ବୃଦ୍ଧି ପାଇଛି ।

ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ପାକିସ୍ତାନ ଓ ଶ୍ରୀଲଙ୍କା ତୁଳନାରେ ଅଧିକ ପ୍ରଭାବିତ ହୋଇଛି ଫିଲିପାଇନ୍ସ । କାରଣ ପାକିସ୍ତାନରେ ଏବେ ପିଆଜ କିଲୋପ୍ରତି ୨୫୦ ଟଙ୍କା ଓ ଶ୍ରୀଲଙ୍କାରେ ୩୨୦ ଟଙ୍କା ଥିବା ବେଳେ ଫିଲିପାଇନ୍ସରେ ଏହାର କିଲୋପ୍ରତି ଦାମ ୧୨ଶହ ଟଙ୍କାରେ ପହଂଚିଛି ।

ଗୋଟିଏ ପଟେ ଫିଲିପାଇନ୍ସରେ ପିଆଜର ଦାମ ଆକାଶଛୁଆଁ ହୋଇଥିବା ବେଳେ ଭାରତରେ ପିଆଜ ଚାଷ କରୁଥିବା ଚାଷୀମାନେ ଏବେ କିଲୋପ୍ରତି ୨ଟଙ୍କା ଦରରେ ପିଆଜ ବିକିବା କଷ୍ଟକର ହୋଇପଡିଛି । ଏହାର ଉଦାହରଣ ଭାବେ ମହାରାଷ୍ଟ୍ର ସୋଲାପୁର ଜିଲ୍ଲାର ଜଣେ ପିଆଜ ଚାଷୀଙ୍କୁ ନିଆଯାଇପାରେ । ଏଠାରେ ଜଣେ ଚାଷୀ ୫୧୨ କିଲୋ ପିଆଜ ନେଇ ୭୨ କିଲୋମିଟର ଦୂରରେ ଥିବା ମଣ୍ଡିରେ ବିକ୍ରି କରିବାରେ ପରେ ସବୁଖର୍ଚ୍ଚ ଯାଇ ତାଙ୍କୁ ମାତ୍ର ୨ଟଙ୍କା ମିଳିଥିଲା ।