ବନାଗ୍ନି ଲିଭାଇବ ଓଡ୍ରାଫ୍ । ଜଙ୍ଗଲ ନିଆଁ ଆୟତ୍ତ ପାଇଁ ଓଡ୍ରାଫର ସହାୟତା ଲୋଡିଲା ବନ ବିଭାଗ ।

69

କନକ ବ୍ୟୁରୋ: ବନାଗ୍ନି ଲିଭାଇବ ଓଡ୍ରାଫ୍ । ରାଜ୍ୟରେ ବଢୁଥିବା ଜଙ୍ଗଲ ନିଆଁକୁ ପ୍ରଶମିତ କରିବା ପାଇଁ ବନ ବିଭାଗ ପକ୍ଷରୁ ଓଡ୍ରାଫର ସହାୟତା ଲୋଡାଯାଇଛି । ପିସିସିଏଫଙ୍କ ଚିଠି ଆଧାରରେ ସ୍ୱତନ୍ତ୍ର ରିଲିଫ୍ କମିଶନର ପୋଲିସ ଅତିରିକ୍ତ ଡିଜିଙ୍କୁ ଚିଠି ଲେଖି ନିଆଁ ଲିଭାଇବା ପାଇଁ ଆବଶ୍ୟକୀୟ ସରଞ୍ଜାମ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ବାଲିଗୁଡ଼ା ସମେତ ଫୁଲବାଣୀ, ରାୟଗଡ଼ା, ବଣାଇ, କଳାହାଣ୍ଡି ଦକ୍ଷିଣ, ଶିମିଳିପାଳ ଦକ୍ଷିଣ ଓ ପାରଳାଖେମୁଣ୍ଡି ବନ୍ୟପ୍ରାଣୀ ଡିଭିଜନ୍ରେ ନିୟୋଜିତ କରିବାକୁ କୁହାଯାଇଛି ।

ଗତକାଲି ୨୧୦ଟି ସ୍ଥାନରେ ବନାଗ୍ନି ରହିଥିଲା । କୋରାପୁଟରେ ସର୍ବାଧିକ ୧୯ଟି ଛୋଟ ଓ ମଧ୍ୟମ ଧରଣର ନିଆଁ ଲାଗିଥିଲା । ସେପଟେ କାଳବୈଶାଖୀ ପ୍ରଭାବରେ କିଛି ସ୍ଥାନରେ ନିଆଁ ହ୍ରାସ ପାଇଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଞ୍ଜାମ, ଗଜପତି, ବୌଦ୍ଧ, କନ୍ଧମାଳ, ଜିଲ୍ଲାରେ ଜଙ୍ଗଲରେ ନିଆଁ ଲାଗିବା କମିଛି ।