ଭିଜିଲାନ୍ସ ହାତରେ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଆଉ ୫୦ କ୍ରିପ୍ଟୋ ୱାଲେଟ୍ : ମୁମ୍ବାଇରୁ ଆସି ଖୋଳତାଡ଼ କରୁଛନ୍ତି କ୍ରିପ୍ଟୋ କରେନ୍ସି ଏକ୍ସପୋର୍ଟର୍

140

କନକ ବ୍ୟୁରୋ : ଭିଜିଲାନ୍ସ ପଞ୍ଝାରେ ପଡ଼ିଥିବା ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସଙ୍କ ବିରୋଧରେ ସାଂଘାତିକ ତଥ୍ୟ ମିଳିଛି । ଭିଜିଲାନ୍ସ ହାତରେ ଲାଗିଛି ନିହାରଙ୍କ ଆଉ ୫୦ କ୍ରିପ୍ଟୋ ୱାଲେଟ୍ । ଚଢାଉ ବେଳେ ୩୮ଟି ମିଳିଥିବା ବେଳେ ଏବେ ଆଉ ୫୦ଟି ମିଳିଛି । ଏଥିରେ ୨୫ ଲକ୍ଷ ଟଙ୍କା ନିବେଶ ହୋଇଛି ।

ପୂର୍ବରୁ ୧ କୋଟି ୭୫ ଲକ୍ଷ ଡିଜିଟାଲ ଟଙ୍କା ଠାବ ହୋଇଥିଲା । ମୁମ୍ବାଇରୁ ଆସି କ୍ରିପ୍ଟୋ କରେନ୍ସି ଏକ୍ସପର୍ଟ ଆସି ଖୋଳତାଡ କରୁଛନ୍ତି । ଭିଜିଲାନ୍ସ ଆଜି ନିହାର ଓ ତାଙ୍କ ପତ୍ନୀଙ୍କୁ ମୁହାଁମୁହିଁ ଜେରା କରିବ । ସ୍ତ୍ରୀଙ୍କ ନାଁରେ କ୍ରିପ୍ଟୋ କରେନ୍ସିରେ ବିନିଯୋଗ ହୋଇଥିଲା ୬ କୋଟି ଟଙ୍କା । ୬ଟି ସ୍ଥାନରେ ଏକକାଳୀନ ଚଢାଉ କରି ନିହାରଙ୍କୁ ବାନ୍ଧିଥିଲା ଭିଜିଲାନ୍ସ । ସମ୍ବଲପୁରରେ ବାବୁଙ୍କର ଥିଲା ୮ଟି ପ୍ଲଟ । ଭୁବନେଶ୍ୱରରେ ମଧ୍ୟ ପ୍ଲଟ ରହିଥିଲା । ଚଢାଉ ବେଳେ ଭିଜିଲାନ୍ସକୁ ଚକମା ଦେବା ପାଇଁ ମୋବାଇଲ୍ ଫୋପାଡି ଦେଇଥିଲେ ।