ରିମାଣ୍ଡରେ ଗୁଡ ନ୍ୟୁଜ ସେଲଟର ହୋମ ଚେୟାରମ୍ୟାନ ଫୟାଜ ରେହମାନ : ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଖୋଲିବ ଅସଦାଚରଣ ଓ ବିଦେଶୀ ଲିଙ୍କର ଗୁମର

154

କନକ ବ୍ୟୁରୋ : ରିମାଣ୍ଡରେ ଗୁଡ ନ୍ୟୁଜ ସେଲଟର ହୋମ ଚେୟାରମ୍ୟାନ ଫୟାଜ ରେହମାନ । ଢେଙ୍କାନାଳ ବ୍ଲକ ବେଲଟିକିରିସ୍ଥିତ ଗୁଡ ନ୍ୟୁଜ ସେଲଟର ହୋମରେ ଅନ୍ତେବାସୀଙ୍କୁ ଅସଦାଚରଣ ମାମଲାରେ ଅନୁଷ୍ଠାନର ଅଧ୍ୟକ୍ଷ ଫାୟାଜ ରେହମାନଙ୍କୁ ଦୁଇଦିନିଆ ରିମାଣ୍ଡରେ ନେଇଛି ପୋଲିସ । ରବିବାରଦିନ ରେହମାନଙ୍କୁ ଗିରଫ କରିଥିଲା ପୋଲିସ । ରିମାଣ୍ଡ କାଳରେ ଅସଦାଚରଣ ଘଟଣା ସମ୍ପର୍କରେ ପଚରାଉଚରା କରିବ ।

ଏହାଛଡା ରାଜ୍ୟ ଓ ରାଜ୍ୟ ବାହାରେ ଥିବା ତାଙ୍କ ସେଲଟର ହୋମ ଗୁଡିକର ପରିଚାଳନା ତଥା ବିଦେଶୀ ଲିଙ୍କ ସମ୍ପର୍କରେ ବି ଖୋଳତାଡ କରିବ । ଆବଶ୍ୟକ ପଡିଲେ ଏହି ଘଟଣାରେ ଜେଲରେ ଅଟକ ଥିବା ସଂସ୍ଥାର ଅନ୍ୟ ଦୁଇ ଗିରଫ ଅଭିଯୁକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସୀମାଂଚଳ ନାଏକ ଓ ସହରକାରୀ ନିର୍ଦ୍ଦେଶକ ଉଦିତ କୁମାର ଲିମାଙ୍କୁ ମଧ୍ୟ ପୋଲିସ ରିମାଣ୍ଡରେ ଆଣି ଜେରା କରିପାରେ ।

ସୂଚନାଯୋଗ୍ୟ ଢେଙ୍କାନାଳର ଗୁଡ୍ ନ୍ୟୁଜ୍ ଇଣ୍ଡିଆ ସେଲଟର ହୋମ ଅନୁଷ୍ଠାନର ମୁଖ୍ୟ ଝିଅମାନଙ୍କୁ ଜବରଦସ୍ତ ଚୁମ୍ବନ ଓ ଆଲିଙ୍ଗନ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଅନ୍ତେବାସୀଙ୍କ ଡାଡି ଭାବେ ପରିଚିତ ଥିଲେ ସେଲଟର ହୋମ୍ ମୁଖ୍ୟ ଫୟାଜ ରେହମାନ୍ । ହେଲେ ତାହାରି ଆଢ଼ୁଆଳରେ ଚାଲିଥିଲା ଭୟଙ୍କର ବ୍ୟଭିଚାର । ସେଲଟର ହୋମକୁ ଆସୁଥିବା ବିଦେଶୀ ଅତିଥିମାନେ ମଧ୍ୟ ଝିଅମାନଙ୍କୁ ଯୌନ ଶୋଷଣ କରୁଥିଲେ ବୋଲି ଅଭିଯୋଗ କରିଥିଲେ ଅନ୍ତେବାସୀ । କିଭଳି କିଶୋରୀ ଓ ଯୁବତୀମାନଙ୍କୁ ଅସଦାଚରଣ କରାଯାଉଥିଲା ତାର ଗୁମର ଖୋଲିଥିଲେ ଅନ୍ତେବାସୀ ।