ବ୍ୟବସାୟୀମାନଙ୍କୁ ଉତ୍ସାହିତ କରିବାକୁ ଏକ ନିଆରା ପଦକ୍ଷେପ ! ଆସନ୍ତା ମାସ ୨୦ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଓଡିଶା ବିଜନେସ ଆୱାର୍ଡସ-୨୦୧୭

39

କନକ ବ୍ୟୁରୋ : ଓଡିଶାକୁ ଏକ ଅଗ୍ରଣୀ ରାଜ୍ୟ ଭାବେ ଗଢି ତୋଳିବାରେ ଖାଲି ବଡ ବ୍ୟବସାୟୀ ନୁହଁନ୍ତି, କ୍ଷୁଦ୍ର ଓ ମଧ୍ୟମ ଧରଣର ବ୍ୟବସାୟୀ ମାନଙ୍କର ମଧ୍ୟ ରହିଛି ଉଲ୍ଲେଖନୀୟ ଭୂମିକା । ଆଉ ଏମିତି ସଫଳ ବ୍ୟବସାୟୀମାନଙ୍କୁ ଉତ୍ସାହିତ କରିବାକୁ ଏକ ନିଆରା ପଦକ୍ଷେପ ହେଉଛି ଓଡିଶା ବିଜିନେସ ଆୱାର୍ଡସ-୨୦୧୭

ଆସନ୍ତା ମାସ ୨୦ ତାରିଖରେ ରାଜଧାନୀ ଭୁବନେଶ୍ୱରସ୍ଥିତ ହୋଟେଲ ମେଫେୟାରରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ । କନକ ନ୍ୟୁଜ୍, ସମ୍ବାଦ, ଓଡିଶା ସନ୍ ଟାଇମ୍ସ ଓ ରେଡିଓ ଚକଲେଟର ମିଳିତ ଉଦ୍ୟମରେ ଆୟୋଜିତ ହେଉଛି ଓଡିଶା ବିଜିନେସ ଆୱାର୍ଡସ-୨୦୧୭ । ରାଜ୍ୟର ସାମାଜିକ ଓ ଆର୍ଥିକ ବିକାଶ ଦିଗରେ ଅବଦାନ ପାଇଁ ସଫଳ ବ୍ୟବସାୟୀ ତଥା ବ୍ୟବସାୟ ସଙ୍ଗଠନ ଗୁଡିକୁ ଏହି ଅବସରରେ ଦିଆଯିବ ସମ୍ବର୍ଦ୍ଧନା ।

ବିଶେଷ କରି ହୋଟେଲ ଶିଳ୍ପ, ଇଲେକ୍ଟ୍ରୋନିକ୍ସ ରିଟେଲ, ଫ୍ୟାସନ୍ ରିଟେଲ, ହସ୍ତତନ୍ତ କାରିଗରୀ, ଅଳଙ୍କାର ବ୍ୟବସାୟ, ଗୃହସଜ୍ଜା ଉପକରଣ ଓ ରିଅଲ ଇଷ୍ଟେଟ୍ ସହ ଷ୍ଟାର୍ଟଅପ୍ ଅଫ ଦ ଇୟର କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ମିଳିବ ପୁରସ୍କାର । ଓଡିଶା ବିଜିନେସ ଆୱାର୍ଡସ-୨୦୧୭ରେ ଅଂଶ ଗ୍ରହଣ କରିବା ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୬ ।

ସେପ୍ଟେମ୍ବର ୮ରେ ହେବ ସ୍କ୍ରିନିଂ ଓ ଇଭାଲୁଏସନ୍ । ସେପ୍ଟେମ୍ବର ୯ରୁ ୧୪ ମଧ୍ୟରେ ଏସଏମଏସ ଓ ପବ୍ଲିକ୍ ଭୋଟିଂ କରାଯିବ । ସେପ୍ଟେମ୍ବର ୧୮ରେ ଏକ୍ସଟରନାଲ ଜୁରି ମିଟିଂ ସହ ସଫଳ ବ୍ୟବସାୟୀ ମାନଙ୍କୁ ବଛାଯିବ । ଆଉ ସେପ୍ଟେମ୍ବର ୨୦ ତାରିଖରେ ଅନୁଷ୍ଠିତ ହେବ ଆୱାର୍ଡ ସେରିମନି । ସେପ୍ଟେମ୍ବର ୨୦ରେ ଆୱାର୍ଡ ସେରିମନିରେ କକଟେଲ ଡିନର ସହ ରହିଛି ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ।