ଓଡିଶା ଆର୍ଥ୍ରାଇଟିସ ଆଣ୍ଡ ରୀଉମାଟୋଲୋଜି ଫାଉଣ୍ଡେସନ ଟ୍ରଷ୍ଟ ଆନୁକୂଲ୍ୟରେ “ଜାତୀୟ ଅସ୍ଥି ଏବଂ ଗଣ୍ଠିଦିବସ “ପାଳିତ

89

କନକ ବ୍ୟୁରୋ : ଅସ୍ଥି ଆମ ଶରୀରକୁ ଆକାର ଏବଂ ଗଠନ ପ୍ରଦାନ କରିଥାଏ, ଏବଂ ଗଣ୍ଠିଗୁଡ଼ିକ ଗତି ଓ ନମନୀୟତାକୁ ସହଜ କରିଥାଏ ଜ୍ଝ ବୟସ କିମ୍ବା କିଛି ଚିକିତ୍ସା ଅବସ୍ଥା ହେତୁ, ଅସ୍ଥି ଏବଂ ଗଣ୍ଠି ସମସ୍ୟା ଉପୁଜିପାରେ- ଯାହା ଅସ୍ୱାଭାବିକତା, ସୀମିତ ଗତିଶୀଳତା ଏବଂ ଅଷ୍ଟିଓଆର୍ଥ୍ରାଇଟିସ୍, ରିମାଟଏଡ୍ଆର୍ଥ୍ରାଇଟିସ୍, ଓ ଅଷ୍ଟିଓପୋରୋସି ଭଳି ଗୁରୁତର ଅବସ୍ଥା ସୃଷ୍ଟି କରିଥାଏ ।

ପ୍ରତିବର୍ଷ ଅଗଷ୍ଟମାସ ୪ ତାରିଖରେ ହାଡ ଓ ଗଣ୍ଠିବାତ ଜନିତ ସମସ୍ୟା ବିଷୟରେ ସଚେତନତା ସୃଷ୍ଟି କରିବାପାଇଁ ଭାରତରେ “ଜାତୀୟ ଅସ୍ଥି ଏବଂ ଗଣ୍ଠିଦିବସ“ ପାଳନ କରାଯାଏ । ଏହି ଦେଶବ୍ୟାପୀ ସ୍ୱାସ୍ଥ୍ୟଅଭିଯାନ ୨୦୧୨ମସିହାରେ ଭାରତବର୍ଷରେ ଆରମ୍ଭହୋଇଥିଲା ଯାହା ସମସ୍ତ ବୟସ ବର୍ଗର ଲୋକଙ୍କ ମଧ୍ୟରେ ଦୃଢହାଡ ଏବଂ ଗଣ୍ଠିର ମହତ୍ୱକୁ ଦର୍ଶାଇଥାଏ । ହାଡ ଏବଂ ଗଣ୍ଠି କାର୍ୟ୍ୟପାଇଁ ଉତ୍ସର୍ଗୀକୃତ ଏହିଦିବସ ହାଡ ଏବଂ ଗଣ୍ଠି ବିଷୟରେ ସଚେତନତା ସୃଷ୍ଟିକରିବା ଏବଂ ଜନସାଧାରଣଙ୍କୁ ଆନୁଷଙ୍ଗିକ ଅବସ୍ଥାର ନିରାକରଣ, ଚିକିତ୍ସା ଏବଂ ପରିଚାଳନା ବିଷୟରେ ଶିକ୍ଷାଦେବାକୁ ଲକ୍ଷ୍ୟ ରଖିଛି । ଏହି ଦିବସରେ ବିଭିନ୍ନ କାର୍ୟ୍ୟକଳାପ ଯେପରିକି କର୍ମଶାଳା, ସେମିନାର, ସ୍ୱାସ୍ଥ୍ୟସ୍କ୍ରିନିଂ, ଶାରୀରିକ ସୁସ୍ଥତା କାର୍ୟ୍ୟକ୍ରମ,ଆଦି ଆୟୋଜନ କରାଯାଏ ।

ଏହି ଅବସରରେ ଓଡିଶା ଆର୍ଥ୍ରାଇଟିସ ଆଣ୍ଡ ରୀଉମାଟୋଲୋଜି ଫାଉଣ୍ଡେସନଟ୍ରଷ୍ଟ ଓ ଓଡିଶା ଆର୍ଥ୍ରାଇଟିସ ଆଣ୍ଡ ରୀଉମାଟୋଲୋଜି ସେଣ୍ଟର ଆନୁକୂଲ୍ୟରେ ଏକ ଜନ ସଚେତନତା କର୍ୟ୍ୟକ୍ରମ କରାଯାଇଛି । ହାଡ ଏବଂ ଗଣ୍ଠି ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ଅଭ୍ୟାସ, ବ୍ୟାୟାମ ଏବଂ ଉପଯୁକ୍ତ ପୁଷ୍ଟିକର ଖାଦ୍ୟକୁ ଖାଇ ରୋଗର ଉପଶମ ପାଇଁ ଚେଷ୍ଟା କରିବାକୁ ଅନୁଷ୍ଠାନର ବରିଷ୍ଠ ଡାକ୍ତର ପ୍ରଫେସର ଡଃ . ଜ୍ୟୋତିରଞ୍ଜନ ପରିଡା ତାଙ୍କ ଅବିଭାଷଣ ମାଧ୍ୟମରେ ପ୍ରକାଶ କରିଥିଲେ । ଏହି କାର୍ୟ୍ୟକ୍ରମରେ ପ୍ରାୟ ୫୦ରୁ ୬୦ଜଣ ଗଣ୍ଠିବାତ ରୋଗୀ ଉପସ୍ଥିତ ରହିଥିଲେ । ଏଥିରେ ଓଡିଶା ଆର୍ଥ୍ରାଇଟିସ ଆଣ୍ଡ ରୀଉମାଟୋଲୋଜି ସେଣ୍ଟରର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ୟ୍ୟକ୍ରମକୁ ସୁପରିଚାଳନା କରିଥିଲେ ।

ଭୁବନେଶ୍ୱର ସହୀଦନଗର ଠାରେ ଥିବା ,ଓଡିଶା ଆର୍ଥ୍ରାଇଟିସ ଆଣ୍ଡ ରୀଉମାଟୋଲୋଜି ସେଣ୍ଟର ଆର୍ଥ୍ରାଇଟିସ ଚିକିତ୍ସା ପାଇଁ ଏକ ଅଗ୍ରଣୀ କେନ୍ଦ୍ର ଯାହା ଅଟୋଇମ୍ୟୁନରେ ପୀଡିତ ଲୋକମାନଙ୍କୁ ଉନ୍ନତ ରୀଉମାଟୋଲୋଜି ଚିକିତ୍ସା ପ୍ରଦାନକରିଥାଏ । ଅଳ୍ପ ସମୟ ମଧ୍ୟରେ ଏହା ଆର୍ଥ୍ରାଇଟିସ ଓ ଅଟୋଇମ୍ୟୁନ ରୋଗ ଚିକିତ୍ସା ପାଇଁ ସବୁଠାରୁ ବିଶ୍ଵସ୍ଥ ଚିକିତ୍ସା ଅନୁଷ୍ଠାନ ଭାବେ ବିକଶିତ ହୋଇଛି ।ଏହା ସୁପର ସ୍ପେସାଲିଟି ରୀଉମାଟୋଲୋଜି ପରାମର୍ଶ ସମେତ ସମସ୍ତ ଅତ୍ୟାଧୁନିକ ସୁବିଧା ଯୋଗାଇ ଦେଉଛି । ଷ୍ଟେଟ ଅଫ ଆର୍ଟ ଅଟୋ ଆଣ୍ଟି ବଡ଼ି ଲାବ,ଅତ୍ୟାଧୁନିକ ଜୈବଚିକିତ୍ସା,ଏହି ରୋଗୀମାନଙ୍କୁ ସାହାଯ୍ୟ କରିବା ପାଇଁ ଅନୁକମ୍ପାମୂଳକ ସହାୟକ କର୍ମଚାରୀଙ୍କ ବ୍ୟତୀତ ବିକୃତିର ଯତ୍ନ ନେବାପାଇଁ ସମର୍ପିତ ଫିଜିଓଥେରାପି ଉପଲବ୍ଧ ଅଛି ।