ଓଡିଆ ନୂଆବର୍ଷକୁ ନେଇ ଜ୍ୟୋତିଷଙ୍କ ଆକଳନ : ରାଜ୍ୟ ଓ ଦେଶରେ ପୁଣି ନବୀନ ଓ ମୋଦୀ

1,836

କନକ ବ୍ୟୁରୋ : ନୂଆ ବର୍ଷରେ ଆସିଛି ରାଶିଫଳ । ଆଗାମୀ ବର୍ଷ ଉଭୟ ରାଜ୍ୟ ଓ କେନ୍ଦ୍ରରେ ସରକାର ପରବର୍ତ୍ତନ ହେବନି ବୋଲି ଜ୍ୟୋତିଷ୍କମାନେ ଗଣନା କରିଛନ୍ତି । ରାଜ୍ୟରେ କ୍ଷମତାସୀନ ଦଳ ବିଜେଡି ଏବଂ ଦେଶରେ କ୍ଷମତାଶୀନ ଦଳ ବିଜେପି ପୁଣି ସରକାର ଗଢିବ ବୋଲି ଆକଳନ କରାଯାଇଛି । ଅର୍ଥାତ ରାଜ୍ୟରେ ନବୀନ ପଟ୍ଟନାୟକ ଆଉ ଥରେ ମୁଖ୍ୟମନ୍ତ୍ରୀ ହେବେ ।

ସେହପରି ନରେନ୍ଦ୍ର ମୋଦୀ ଆଉ ଥରେ ପ୍ରଧାନମନ୍ତ୍ରୀ ହେବ ବୋଲି ଆକଳନ କରାଯାଇଛି । ତେବେ ଚଳିତ ବର୍ଷ ଜୁନରୁ ଅକ୍ଟୋବର ମଧ୍ୟରେ ରାଜ୍ୟରେ ସାମୁଦ୍ରିକ ଝଡ଼, ଭୁକମ୍ପ, ଲଘୁଚାପ ଆଦି ପ୍ରାକୃତିକ ବିପର୍ଯ୍ୟୟ ଘଟିବ ବୋଲି ଗଣନା କରାଯାଇଛି । ବିଶ୍ୱରେ ଯୁଦ୍ଧର ବିଭିଶିକା ଆହୁରୀ ଭୟଙ୍କ ରୂୁପଧାରଣ କରିବ ବୋଲି କୁହାଯାଉଛି ।