ପରଦାକୁ ଆସିଲା ଓଡିଆ ଚଳଚ୍ଚିତ୍ର ‘ନିମକି’: ୬୦ଟି ସିନେମା ହଲରେ ରିଲିଜ୍, ଟୁଇଟ୍ କରି ସମସ୍ତଙ୍କ ଆର୍ଶୀବାଦ କାମନା କଲେ ବର୍ଷା

303

କନକ ବ୍ୟୁରୋ: ପରଦାକୁ ଆସିଲା ବହୁ ପ୍ରତୀକ୍ଷିତ ଓଡିଆ ଫିଲ୍ମ ନିମକି । ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ଚଳଚ୍ଚିତ୍ର ‘ନିମକି – ନିମପୁରରୁ ନବୀନ ନିବାସ’ ଆଜି ସାରା ଓଡିଶାର ୬୦ରୁ ଅଧିକ ସିନେମା ହଲରେ ମୁକ୍ତିଲାଭ କରିଛି । ଜଣେ ସାଧାରଣ ଝିଅର ଅସାଧାରଣ କାହାଣୀ ଦେଖିବାକୁ ମିଳିଛି ଏହି ଫିଲ୍ମରେ । ଫିଲ୍ମ ରିଲିଜ୍ ପୂର୍ବରୁ ବର୍ଷା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଭେଟି ଫିଲ୍ମ ଦେଖିବାକୁ ନିମନ୍ତ୍ରଣ କରିଛନ୍ତି ।

ତେବେ ନିମକ୍ ନିମପୁରରୁ ନବୀନ ନିବାସ ଚଳଚ୍ଚିତ୍ରଟି ବର୍ଷାଙ୍କ ଡିମ୍ ପ୍ରୋଜେକ୍ଟ ବୋଲି କହିଛନ୍ତି ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶନୀ । ଏହି ଚଳଚ୍ଚିତ୍ରର ପ୍ରଯୋଜନା ଓ କାହାଣୀ ରଚନା କରିଛନ୍ତି ନିଜେ ବର୍ଷା । ସେହିପରି ଚଳଚ୍ଚିତ୍ରର ସଂଳାପ ଲେକିଛନ୍ତି ଦିଲ୍ଲୀପ ଚୌଧୁରୀ । ପ୍ରେମାନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଭାର ତୁଳାଇଛନ୍ତି ସୁଶାନ୍ତମଣି ।