ମୁମ୍ବାଇରେ ଚମକିଲେ ଓଡିଆ ପୁଅ। ଡ୍ୟାନ୍ସ ଦିୱାନେ ଜୁନିୟରରେ ଟପ-୭ରେ ପ୍ରତୀକ।

173

କନକ ବ୍ୟୁରୋ : ଜାତୀୟ ଟିଭି ରିଆଲିଟି ସୋରେ ଚମକିଲା ଓଡିଆ ପୁଅ ପ୍ରତୀକ ନାୟକ । କଲର୍ସ ଚ୍ୟାନେଲରେ ପ୍ରସାରିତ ଲୋକପ୍ରିୟ ସୋ ଡ୍ୟାନ୍ସ ଦିୱାନେ ଜୁନିୟରରେ ନିଜ ପ୍ରତିଭା ଦେଖାଇ ଟପ -୭ରେ ସ୍ଥାନ ପାଇଛନ୍ତି ସମ୍ବଲପୁର ଜେଲଛକ ସିଏସ କଲୋନୀର ବାସିନ୍ଦା ବିଜୟ ନାୟକଙ୍କ ପୁଅ ପ୍ରତୀକ ନାୟକ । ବିଜୟ ଓ ସସ୍ମିତା ନାୟକଙ୍କ ପୁଅ ପ୍ରତୀକ ସେଭେନହିଲସ ରେସିଡେନସିଆଲ ସ୍କୁର ନବମ ଶ୍ରେଣୀର ଛାତ୍ର ।

ଅଡିସନ ରାଉଣ୍ଡ ପରେ ସେ ଗୋଟିଏ ପରେ ଗୋଟିଏ ପାହାଚ ଚଢି ଜଜଙ୍କ ମନକୁ କିଣିପାରିଥିଲେ । ବର୍ତ୍ତମାନ ସେ ଟପ୍ -୭ରେ ପହଞ୍ଚିଥିବା ବେଳେ ବିଜୟୀ ହେବା ପାଇଁ ଓଡିଶାବାସୀଙ୍କୁ ଭୋଟଦେବା ପାଇଁ ଅନୁରୋଧ କରିଛନ୍ତି ।

ପୂର୍ବରୁ ସେ ରାଜ୍ୟର ବିଭିନ୍ନ ରିଆଲିଟି ସେ ଡାନ୍ସ ଓଡିଶା ଡାନ୍ସ, ଡିଓଡି ଲିଟିଲ ମାଷ୍ଟରର ମୁକୁଟ ହାସଲ କରିସାରିଛନ୍ତି । ୨୦୧୯ ମସିହାରେ ସେ ସମ୍ବଲପୁର ଲିଟିଲ ପ୍ରିନ୍ସର ଟାଇଟଲ ହାସଲ କରିଛନ୍ତି ।