ବାରବାଟୀରେ ଭାରତ,ଇଂଲଣ୍ଡ ଦିନିକିଆ ମ୍ୟାଚ୍ ନେଇ ଆଜି ଓସିଏର ଗୁରୁତ୍ୱପୂର୍ଣ୍ଣ ବୈଠକ

25

କଟକ : ବାରବାଟି ଷ୍ଟାଡିୟମରେ ଭାରତ ଇଂଲଣ୍ଡ ଦିନିକିଆ ମ୍ୟାଚ ନେଇ ଓସିଏର ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଆସନ୍ତା ଜାନୁୟାରୀ ୧୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ ଖେଳାଯିବ । ଆଜିର ବୈଠକରେ ମ୍ୟାଚରେ ହେବାକୁ ଥିବା ବିଭିନ୍ନ ଖର୍ଚ୍ଚ ନେଇ ଆଲୋଚନା କରାଯିବ । ଏହା ସହିତ ୧୫ ତାରିଖରୁ ହେବାକୁ ଥିବା ଟିକେଟ ବିକ୍ରି ନେଇ ମଧ୍ୟ ଆଲୋଚନା କରାଯିବ ।

ବିମୁଦ୍ରାକରଣକୁ ସମର୍ଥନ କରି ଟିକେଟ ବିକ୍ରିକୁ ସମ୍ପୂର୍ଣ୍ଣ କ୍ୟାସଲେସ କରିବା ପାଇଁ ଯୋଜନା କରିଛି ଓସିଏ । ବିମୁଦ୍ରାକରଣ ପରେ ଟଙ୍କା ଉଠାଣ ଉପରେ କଟକଣା ରହିଛି । ତେଣୁ  କିଭଳି କ୍ୟାସଲେସରେ ମ୍ୟାଚର କାର୍ଯ୍ୟକୁ ପରିଚାଳନା କରାଯାଇପାରିବ ସେ ନେଇ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ଆଶୀର୍ବାଦ ବେହେରା ।