ମୋବାଇଲ୍ କଭରରେ ନୋଟ୍ ରଖୁଥିଲେ ସାବଧାନ ! ଫୋନରେ ଲାଗିଯାଇପାରେ ନିଆଁ

603

କନକ ବ୍ୟୁରୋ : ଫୋନ୍ କଭରରେ ଟଙ୍କା ରଖୁଥିଲେ ସାବଧାନ ହୋଇଯାଆନ୍ତୁ । ଏହା ଆପଣଙ୍କ ଜୀବନ ନେଇଯାଇପାରେ । ଫୋନରେ ନିଆଁ ଲାଗିଯାଇପାରେ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ, ଆପଣ ଭାବୁଥିବେ ଫୋନ ପଛରେ ନୋଟ୍ ରଖିଲେ କିପିରି ନିଆଁ ଲାଗିବ ? ଆସନ୍ତୁ ଜାଣିବା ଫୋନ୍ କଭରରେ ନୋଟ୍ ରଖିଲେ କିପରି ନିଆଁ ଲାଗିବାର ସମ୍ଭାବନା ରହିଥାଏ ।

ଅନେକ ସମୟରେ ଆପଣ ଦେଖିଥିବେ ଅଧିକ ସମୟ ମୋବାଇଲ୍ ବ୍ୟବହାର କରିବା ଦ୍ୱାରା ମୋବାଇଲ୍ ଗରମ ହୋଇଯାଇଥାଏ । ଅଧିକ ସମୟ ମୋବାଇଲରେ ଭିଡିଓ ଦେଖିବା ଦ୍ୱାରା କିମ୍ବା ଅଧିକ ସମୟ ଫୋନରେ କଥା ହେବା ବେଳେ ମୋବାଇଲ୍ ଗରମ ହୋଇଥାଏ । ଅଧିକ ସମୟ ଫୋନ୍ ବ୍ୟବହାର ଦ୍ୱାରା ମୋବାଇର ପ୍ରୋସେସର୍ ଗରମ ହୋଇଥାଏ । ତେଣୁ ଏପରି ସମୟରେ ଫୋନର କଭର୍ କାଢିବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଥାଏ । କିନ୍ତୁ ଯଦି ଆପଣ ଏଭଳି ସ୍ଥିତିରେ ଫୋନ୍ ପଛରେ ନୋଟ୍ ରଖିଥିବେ ତାହାଲେ ଆପଣଙ୍କ ଫୋନରେ ନିଆଁ ଲାଗିବାର ଆଂଶକା ବଢିଯାଇଥାଏ । କେବଳ ଏତିକି ନୁହେଁ ଯଦି ଆପଣ ମୋବାଇଲରେ ଅତ୍ୟଧିକ ଟାଇଟ୍ କଭର ବ୍ୟବହାର କରୁଛନ୍ତି ତେବେ ତୁରନ୍ତ କାଢିନିଅନ୍ତୁ । କାହିଁକିନା ଟାଇଟ୍ କଭର ପାଇଁ ମୋବାଇଲ୍ ଶୀଘ୍ର ଗରମ ହେବା ସହ ଫାଟିବାର ମଧ୍ୟ ଆଶଙ୍କା ବଢିଯାଇଥାଏ ।