ହାଇଦ୍ରାବାଦ ନିଜାମଙ୍କ ସମ୍ପତି ଭାଗବଂଟାକୁ ନେଇ ସାମ୍ନାକୁ ଆସୁଛି ବଡ ଚିତ୍ର । ନିଜାମଙ୍କ ପରବର୍ତ୍ତି ବଂଶଧର ଭାବେ ସମ୍ପତି ଦାବିଦାର ତାଲିକାରେ ୧୨୦ ପରିବାର

ପାରିବାରିକ ଆଲୋଚନା ପରେ ଭାଗ ବଂଟା ନେଇ ହେବ ନିଷ୍ପତି

297

କନକ ବ୍ୟୁରୋ: ବହୁ ଚର୍ଚିତ ହାଇଦ୍ରାବାଦ୍ ନିଜାମଙ୍କ ପାଣ୍ଠି ମାମଲା ଏବେ ରୋଚକ ମୋଡ ନେବାକୁ ଯାଉଛି । ବ୍ରିଟେନ୍ ଅଦାଲତରୁ ଆଇନଗତ ଲଢେଇରେ ବିଜୟ ହାସଲ ପରେ ଏବେ ଆରମ୍ଭ ହୋଇଛି ବିଚାର, ସମ୍ପତି ଭାଗବଂଟାରୁ କାହାକୁ ମିଳିବ କେତେ । ବ୍ରିଟେନ ଅଦାଲତଙ୍କ ରାୟ ହାଇଦ୍ରାବାଦ ନିଜାମଙ୍କ ପରିବାର ସପକ୍ଷରେ ଯିବା ପରେ ଏବେ ନିଜାମଙ୍କ ପରିବାରକୁ ମିଳିବ ନାଟୱେଷ୍ଟ ବ୍ୟାଙ୍କରେ ଥିବା ୩୦୮ କୋଟି ଟଙ୍କା । ସୁଧମୂଳ ସହିତ ଏବେ ଜମାଥିବା ରାଶି ଏତେ ବଡ ପରିମାଣରେ ପହଁଚିଛି । ତେବେ ତୁର୍କୀରେ ଥିବା ନିଜାମଙ୍କ ନାତିଙ୍କ କହିବା ଅନୁସାରେ ହାଇଦ୍ରାବାଦ ନିଜାମଙ୍କ ସମ୍ପତି ଭାଗବଂଟା ମଧ୍ୟ ବଡ ଜଟିଳ ହେବ । କାରଣ ୧୯୪୮ ପରେ ତକ୍ରାଳୀନ ହାଇଦ୍ରାବାଦ ନିଜାମ ଓସମାନ୍ ଅଲ୍ଲୀ ଖାଁଙ୍କ ପରବର୍ତି ବଂଶଧର ତାଲିକା ବେଶ୍ ଲଂବା । ଏବେ ଏହି ତାଲିକାରେ ୧୨୦ ପରିବାର ଅଛନ୍ତି ।

ଦୀର୍ଘ ୭୦ ବର୍ଷ ପରେ ବ୍ରିଟେନ୍ ଅଦାଲତ କୋର୍ଟଙ୍କ ରାୟ ଆସିବା ପରେ ଏପରି ଏକ ସ୍ଥିତି ସୃଷ୍ଟି ହେବ କେହି କେବେ ହେଲେ ଭାବିନଥିବେ । ନୱାବ ନଜାଫ୍ ଅଲି ଖାନ୍, ନାତି ନିଜାମ ସପ୍ତମ ନୱାବ ମିର ଓସମାନ ଅଲି ଖାନ୍ ବାହାଦୂର ଏବଂ ନିଜାମ ପରିବାର କଲ୍ୟାଣ ସଂଘ ସଭାପତି ଏହି ଅର୍ଥ ଆବଂଟନ ନେଇ ବିଚାର କରିବ । ଏହା ପରେ ବ୍ରିଟେନ୍ ଅଦାଲତରେ ଥିବା ଅର୍ଥରାଶି ତାଙ୍କୁ ପ୍ରଦାନ କରାଯିବ । ତୁର୍କୀରେ ରହୁଥିବା ନିଜାମଙ୍କ ବଡନାତି ମୁକ୍ରମଙ୍କ ପରିବାର ଅଦାଲତରେ ଅର୍ଥ ପାଇବାକୁ ଲଢେଇ ଜାରି ରଖିଥିଲେ । ଶେଷରେ ଆଇନଗତ ଲଢେଇରେ ସେ ବିଜୟ ହାସଲ କରିଛନ୍ତି ।