ନନ୍ଦନକାନନନରେ ମାଈ ଜଳହସ୍ତୀର ମୃତ୍ୟୁ । ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିବା ସୂଚନା

ଜଳହସ୍ତୀର ମୃତ୍ୟୁ ପରେ ୧୧କୁ ଖସିଲା ଚିଡିଆଖାନାର ଜଳହସ୍ତୀ ସଂଖ୍ୟା

202

କନକ ବ୍ୟୁରୋ: ନନ୍ଦନକାନନନରେ ହାତୀ ପରେ ମାଈ ଜଳହସ୍ତୀର ମୃତ୍ୟୁ । ହରପିସ୍ ଭୂତାଣୁରେ ୪ଟି ହାତୀର ଜୀବନ ଯାଇଥିବା ବେଳେ ଏବେ ଜଳହସ୍ତୀଙ୍କୁ ନେଇ ସାମ୍ନାକୁ ଆସିଛି ଏହି ଚିତ୍ର । ଚିଡିଆଖାନାରେ ଥିବା ମାଈ ଜଳହସ୍ତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଅସୁସ୍ଥତା କାରଣରୁ ଜଳହସ୍ତୀର ମୃତ୍ୟୁ ହୋଇଥିବା ଚିଡିଆଖାନା ପକ୍ଷରୁ ସୂଚନା ଦିଆଯାଇଛି । ମାଈ ଜଳହସ୍ତୀର ମୃତ୍ୟୁ ପରେ ଚିଡିଆଖାନାର ଜଳହସ୍ତୀ ସଂଖ୍ୟା ୧୧କୁ ଖସିଆସିଛି ।