ଭୁଶୁଡିଲା ପୋଲ : ବେଗୁନିଆରୁ ୫ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ

248

କନକ ବ୍ୟୁରୋ : ଭୁଶୁଡିଲା ପୋଲ । ନୀଳଗିରି ବ୍ଲକ ଅଧିନ ବଗେୁନିଆ ତୋଟାପଡା ରାସ୍ତାରେ ରହିଛି ଏହି ପୋଲ । ସୋନା ନଦୀର ଏହି ଶାଖା ପୋଲଟି ଭୁଶୁଡି ପଡିଛି । କିଛି ଦିନ ପୂର୍ବରୁ ପୋଲଟିର ଗୋଟିଏ ପାଖ ଭୁଶୁଡି ପଡିଥିଲା । ଆଉ ଆଜି ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଏହାଦ୍ୱାରା ବେଗୁନିଆରୁ ୫ଟି ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି । ଅଧିକାଂଶ ଲୋକ ପରିବା ଚାଷୀ ହୋଇଥିବାରୁ ବାହାରକୁ ଆସିନପାରି ୧୫ କିଲୋମିଟର ବୁଲି ଆସୁଛନ୍ତି । ପ୍ରଶାସନ ଶୀଘ୍ର ସମସ୍ୟାର ସମାଧାନ କରୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।