ନୂଆବର୍ଷ ପାଇଁ ଓଡ଼ିଶା ପୋଲିସର କଡା ସୁରକ୍ଷା ବ୍ୟବସ୍ଥା : ପ୍ରେସମିଟ କରି ସୂଚନା ଦେଲେ ଡିଜି, ଜିରୋ ନାଇଟ ସେଲିବ୍ରେସନ ଉପରେ ରହିବ କଡ଼ା ନଜର

326

କନକ ବ୍ୟୁରୋ : ନୂଆବର୍ଷ ପାଇଁ ଓଡ଼ିଶା ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା । ନୂଆ ବର୍ଷ ପାଳନ ପାଇଁ ଚାରିଆଡେ ଉତ୍ସବର ମାହୋଲ । ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ ଯୁବପୀଢି ଠାରୁ ଆରମ୍ଭ କରି ସଭିଏଁ ସମସ୍ତେ ପ୍ରସ୍ତୁତ । ଏବେ ବଡବଡ ହୋଟେଲ ଠାରୁ ଆରମ୍ଭ କରି ବିଭିନ୍ନ ଇଭେଣ୍ଟ ସଂସ୍ଥା ମାନେ ଏବେ ଜିରୋନାଇଟ ସେଲିବ୍ରେସନ ପାଇଁ ପ୍ରସ୍ତୁତ ଶେଷ କରିଛନ୍ତି । ତେବେ ସେଲିବ୍ରେସନରେ ଯେପରି କୌଣସି ସମସ୍ୟା ବା ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ଓଡ଼ିଶା ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଯାଇଛି ।

ପର୍ଯ୍ୟଟକଙ୍କ ଭିଡ଼କୁ ନଜରରେ ରଖି ଜଗନ୍ନାଥ ଧାମ ପୁରୀର ସୁରକ୍ଷା ବ୍ୟବସ୍ଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ପୁରୀରେ ଟ୍ରାଫିକ୍ ନିମୟ ପାଳନ କରିବା ପାଇଁ ଅନୁରୋଧ କରିଛନ୍ତି ପୋଲିସ ଡିଜି । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ କଟକ, ଭୁବନେଶ୍ୱର , ପୁରୀ, ବ୍ରହ୍ମପୁର , ବାଲେଶ୍ୱର, ସମ୍ବଲପୁର, ରାଉରକେଲାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସବୁ ସ୍ଥାନରେ ବିଶୃଙ୍ଖଳିତ ପରିସ୍ଥିତି ଏଡାଇବା ପାଇଁ ପଦକ୍ଷେପ ନିଆଯାଇଛି ।

ସେପଟେ ନବବର୍ଷ ପାଇଁ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପୋଲିସ ଡିଜି ଅଭୟ । ନୂଆବର୍ଷ ପାଳନ ବେଳେ ଜନସାଧାରଣଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ । ଜିରୋ ନାଇଟ୍ ସେଲିବ୍ରେସନ ଉପରେ ଓଡ଼ିଶା ପୋଲିସର କଡ଼ା ନଜର ରହିବ । ଏହାସହ ନୂଆବର୍ଷରେ ସାଧାରଣ ଜନତା, ମହିଳା ଓ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦିଆଯିବ ସେଥିପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ପୋଲିସ ଡିଜି ଅଭୟ । ରାଜ୍ୟ ସରକାରଙ୍କ ୫ଟି ଓ ମୋ ସରକାର ଯୋଜନାକୁ ସଫଳ କରିବାକୁ ଓଡ଼ିଶା ପୋଲିସ୍ ପ୍ରତିଶ୍ରୁତିବଦ୍ଧ ବୋଲି ମଧ୍ୟ କହିଛନ୍ତି ।