ବୈଠକରେ ଶୁଭିଲା ବଇଁଶିର ସୁର : ବୈଜ୍ଞାନିକ ବଜାଇଲେ ବଇଁଶି , ବୈଠକରେ ବଇଁଶି ବଜାଇ ଚର୍ଚ୍ଚାରେ ଇସ୍ରୋ ବୈଜ୍ଞାନିକ ।

434

ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ (ଇସ୍ରୋ) ନିଜ ସାଟେଲାଇଟ୍ ଏବଂ ରକେଟ୍ କୁ ଅନ୍ତରୀକ୍ଷକୁ ପଠାଇ ସାରା ବିଶ୍ୱରେ ସୁନାମ ଅର୍ଜନ କରିଛନ୍ତି । ବର୍ତ୍ତମାନ ଇସ୍ରୋ ବୈଜ୍ଞାନିକଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି । ଏହି ଭିଡିଓରେ ଗୋଟିଏ ବୈଠକରେ ବୈଜ୍ଞାନିକମାନେ ଥିବା ବେଳେ ଇସ୍ରୋର ଜଣେ ବୈଜ୍ଞାନିକ ବଇଁଶି ବଜାଇବା ଘଟଣା ସମସ୍ତଙ୍କ ମନମୋହିଛି । ବୈଜ୍ଞାନିକଙ୍କ ବଇଁଶି ବଜାଇବା କଳାକୁ ସମସ୍ତେ ପ୍ରଶଂସା କରିଛନ୍ତି ।

ବାଙ୍ଗାଲୋର୍ ଭାରତୀୟ ସଂସଦର ସ୍ଥାୟୀ ସମିତି ବୈଠକ ସାଟେଲାଇଟ୍ ସେଣ୍ଟରର ଡାଇରେକ୍ଟର ପି.କୁହ୍ନିକ୍ରିଷ୍ଣନ୍ ବୈଠକରେ ବଇଁଶି ବଜାଇ ସମସ୍ତଙ୍କ ମନ ମୋହିଛନ୍ତି । ଏହି ସମୟରେ ଇସ୍ରୋ ମୁଖିଆ କେ.ଶିବନ୍ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ପି.କୁହ୍ନିକ୍ରିଷ୍ଣନ୍ ଙ୍କ କଳା ପ୍ରଦର୍ଶନର ଏହି ସୁନ୍ଦର ଭିଡିଓଟିକୁ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭା ଜୟରାମ ରମେଶ୍ ନିଜ ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟ୍ ରେ ସେୟାର୍ କରିଛନ୍ତିି ।